ବନ୍ୟା ସ୍ଥିତିରେ ଆସୁଛି ସୁଧାର, ଆଶ୍ରୟ ଗୃହରେ ପହଞ୍ଚିଲେ ବିପନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 7, 2019

ବନ୍ୟା ସ୍ଥିତିରେ ଆସୁଛି ସୁଧାର, ଆଶ୍ରୟ ଗୃହରେ ପହଞ୍ଚିଲେ ବିପନ୍ନ

ରାୟଗଡ଼ା(ମନୋଜ ପାତ୍ର): ଲଗାଣ ବର୍ଷାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବେହାଲ ହୋଇପଡ଼ିଛି । ଗତ ୨ ଦିନ ଧରି ଅବିଶ୍ରାନ୍ତ ବର୍ଷା ଯୋଗୁଁ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା, ମାଲକାନଗିରି, କୋରାପୁଟ, କଳାହାଣ୍ଡି ଭଳି ବହୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ନଦୀରେ ପାଣି ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବହୁ ପୋଲ, ରାସ୍ତା, ଘର ଧୋଇ ହୋଇ ଯାଇଥିଲା।

ଆଜି ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ହେଲେ ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ ପ୍ରସ୍ତୁତ ଥିବା ଅଧିକାରୀ କହିଛନ୍ତି।

ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ଗୁଣୁପୁର, ବିଷମକଟକ, କାଶୀପୁର ବ୍ଲକର ଶହ ଶହ ଗାଁ ପ୍ରଭାବିତ ହୋଇଛି । ଜଳସ୍ତର ଆସ୍ତେ ଆସ୍ତେ ଖସୁଥିଲେ ମଧ୍ୟ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଲୋକେ ଆତଙ୍କିତ  ଅବସ୍ଥାରେ ଅଛନ୍ତି ।

ବହୁ ଗାଁରେ ପାଣି ପଶିଯିବାରୁ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ବିପନ୍ନ ଲୋକମାନଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳକୁ ନିଆଯାଇଛି। ସେଠାରେ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ଜିଲ୍ଲାର ମୁନିଗୁଡ଼ା ନିକଟରେ ରେଳ ଟ୍ରାକ୍ ଉପରେ ପାଣି ଚାଲୁଥିବାରୁ ରେଳ ସେବା ବାଧାପ୍ରାପ୍ତ ହୋଇଛି ।

 



from Odisha Reporter https://ift.tt/2YTUpBK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages