ବର୍ଷା ଯୋଗୁ ଇନ୍ଦ୍ରାବତୀରୁ କମିଲା ବିଦ୍ୟୁତ୍‌ ଉତ୍ପାଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 7, 2019

ବର୍ଷା ଯୋଗୁ ଇନ୍ଦ୍ରାବତୀରୁ କମିଲା ବିଦ୍ୟୁତ୍‌ ଉତ୍ପାଦନ

ଭବାନୀପାଟଣା (ରାଜକୁମାର ସିଂଦେଓ): ଲଘୁଚାପ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲାରେ ଧିରେ ଧିରେ ପରିସ୍ଥିତି ସ୍ୱାଭାବିକ ହେଉଛି । ଗତକାଲି ରାତିରୁ ବର୍ଷା କମିଯିବା ଫଳରେ ନଦୀଗୁଡିକରେ ଜଳସ୍ତର ହ୍ରାସ ପାଉଛି।

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇନ୍ଦ୍ରାବତୀରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରହିଛି । ବ୍ୟାରେଜରେ ଗତକାଲି ୫ଟି ଗେଟ୍ ଖୋଲାଯାଇଥିଲା। ଏବେ ବ୍ୟାରେଜରେ ଜଳସ୍ତର ସ୍ୱାଭାବିକ ସ୍ଥିତିକୁ ଆସିଛି  ।

ଜିଲାର ହାତୀନଦୀରେ ପାଣି ବଢିବା ଫଳରେ କେତେକ ଅଞ୍ଚଳରେ ପାଣି ପଶିଯାଇଥିଲା। ନଦୀକୁଳିଆ ଲୋକେ ଭୟଭୀତ ଅବସ୍ଥାରେ ଥିଲେ। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଉଦ୍ଧାର କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ବନ୍ୟାରେ ଲାଞ୍ଜିଗଡ଼ ଓ ଥୁଆମୁଳ ରାମପୁର ବ୍ଲକ ବେଶୀ ପ୍ରଭାବିତ ହୋଇଛି ।



from Odisha Reporter https://ift.tt/2M43wdb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages