ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ବିଜେପିର ଏହି ବରିଷ୍ଠ ନେତ୍ରୀ ଅଳ୍ପ କିଛି ମାସ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ଗତକାଲି ସେ ଶେଷ ନିଃଶ୍ୱାସ ନେବା ପରେ ଦିଲ୍ଲୀ ବର୍ଷକ ମଧ୍ୟରେ ତା’ର ତିନି ଜଣ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛି।
ସୁଷମାଙ୍କ ପୂର୍ବରୁ ଗତମାସରେ ଦିଲ୍ଲୀର ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ହୋଇଥିଲା। ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିଲା। ସେ ତିନି ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ। ସେ ୧୯୯୮ ମସିହାରୁ ୨୦୦୩ ଯାଏ ସବୁଠାରୁ ଅଧିକ ସମୟ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ଥିଲେ।
ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନ ଲାଲ୍ ଖୁରାନାଙ୍କ ପରଲୋକ ହୋଇଥିଲା। ସେ ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ସେ ବି ବିଜେପିର ଥିଲେ।
ସୂଚନାଯୋଗ୍ୟ, ସୁଷମା ସ୍ୱରାଜ ଥିଲେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ୧୯୯୮ ମସିହା ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସେ ଏହି ପଦରେ ବସିଥିଲେ।
from Odisha Reporter https://ift.tt/2KiqJWN
No comments:
Post a Comment