ପିଟି ଦେଲା ମିନି ଟ୍ରକ୍‌; ଚାଲିଗଲା ବାପା ଓ ୨ପୁଅଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 27, 2019

ପିଟି ଦେଲା ମିନି ଟ୍ରକ୍‌; ଚାଲିଗଲା ବାପା ଓ ୨ପୁଅଙ୍କ ଜୀବନ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟ ଗଡ଼ଖୋର୍ଦ୍ଧାରେ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ବାପା ଓ ୨ ପୁଅ ଆଖି ବୁଜିଛନ୍ତି।  ମୃତକମାନେ ହେଲେ କୃଷ୍ଣ ପାତାଳସିଂହ, ବିକ୍ରମ ପାତାଳସିଂହ ଓ ସଂଜୟ ପାତାଳ ସିଂହ।  ମୃତକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଅଞ୍ଚଳରେ।

ଗତକାଲି ବିଳମ୍ବିତ ରାତିରେ ବାପ ଓ ଦୁଇ ପୁଅ ଭୁବନେଶ୍ୱରରୁ ବାଇକ୍‌ ଯୋଗେ ଖୋର୍ଦ୍ଧା ଫେରୁଥିଲେ। ଗଡ଼ଖୋର୍ଦ୍ଧାରେ ନିକଟରେ ଏକ ମିନି ଟ୍ରକ୍‌ ସେମାନଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିଲା।  ଗୁରୁତର ଅବସ୍ଥାରେ ୨ ପୁଅଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ  ସେମାନେ ଆଖି ବୁଜିଲେ। ଟାଉନ ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2LeDYam

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages