ଧରାଶାୟୀ ହେଲା ଲଙ୍ଗୁଳି ମଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 27, 2019

ଧରାଶାୟୀ ହେଲା ଲଙ୍ଗୁଳି ମଠ

ପୁରୀ (ମଧୁସୂଦନ ମିଶ୍ର):  ପୁରୀରେ ଚାଲିଛି ଉଚ୍ଛେଦ ଅଭିଯାନ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଚଳାଇଛି ପ୍ରଶାସନ । ଏଥିନିମନ୍ତେ ଆଜିଠାରୁ ୭୫ ମିଟର ପରିଧି ମାପଚୁପ କରାଯିବ । ଏହା ମଧ୍ୟରେ ଆସୁଥିବା କେଉଁ କେଉଁ ଘର, ଦୋକାନ ଭଙ୍ଗାଯିବ ତାକୁ ଚିହ୍ନଟ କରାଯିବ । ସେହି ତାଲିକା ଅନୁସାରେ ଉଚ୍ଛେଦ କାମ  ଆଗେଇବ ବୋଲି କହିଛି ଜିଲ୍ଲା ପ୍ରଶାସନ।

ଗତକାଲି ଲଙ୍ଗୁଳି ମଠ ଉଚ୍ଛେଦ କରାଯାଇଛି । ମେଘନାଦ ପାଚେରୀକୁ ଲାଗି କରି ଥିବା ଜବରଦଖଲ ମୁକ୍ତ କରିବା ପରେ ଚାଲିଛି ୭୫ ମିଟର ଉଚ୍ଛେଦ ଅଭିଯାନ। ପ୍ରଥମେ ଧରାଶାୟୀ ହୋଇଛି ସ୍ନାନବେଦୀ ସମ୍ମୁଖସ୍ଥ ପୁରାତନ ଲଙ୍ଗୁଳି ମଠ। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ମଠ ମାଟିରେ ମିଶିଛି।

ଏହାବ୍ୟତୀତ ଏମାର, ବଡ଼ ଆଖଡ଼ା ଓ ରାଘବ ଦାସ ଭଳି ଶ୍ରୀମନ୍ଦିର ସଂସ୍କୃତି ସହ ଗଭୀର ସଂପର୍କ ରଖୁଥିବା ଆହୁରି ୭ଟି ମଠବାଡ଼ିକୁ ଉଚ୍ଛେଦ କରାଯିବ । ତେବେ ବିନା ଲିଖିତ ପ୍ରତିଶ୍ରୁତିରେ ଉଚ୍ଛେଦ ଚାଲୁଥିବାରୁ ଆଗକୁ ମଠ ସଂସ୍କୃତିର ସୁରକ୍ଷା ନେଇ ଉପୁଜିଛି ଆଶଙ୍କା । ତେଣେ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଏର ହୋଇଥିବା ମାମଲା ଖାରଜ ହୋଇଯାଇଛି । ତେବେ ଉଚ୍ଛେଦ ହେଉଥିବା ବ୍ୟବସାୟୀଙ୍କୁ ସମ୍ପୂର୍ଣ୍ଣ ଥଇଥାନ କରାଯିବାର ପ୍ରତିଶ୍ରୁତି ଦେଇଛି ଜିଲ୍ଲା ପ୍ରଶାସନ ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ଭିତରୁ ଉଚ୍ଛେଦ ହେଉଥିବା ମଠର ମନ୍ଦିର ଓ ଗାଦିକୁ ସୁରକ୍ଷିତ ରଖାଯିବ । ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ନିକଟବର୍ତ୍ତୀ ଜାଗାରେ ଥଇଥାନ କରାଯିବ ପୁରୀ ଜିଲ୍ଲାପାଳ  ସୂଚନା ଦେଇଛନ୍ତି  ।ଖୁବ୍‌ ଶୀଘ୍ର ୭୫ ମିଟର ପରିସର ମଧ୍ୟରେ ଥିବା ସ୍ଥିତିବାନ ଜାଗାର ସର୍ଭେ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।



from Odisha Reporter https://ift.tt/2L1Fs9e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages