ଉନ୍ନାଓ ପୀଡ଼ିତାଙ୍କ ସମ୍ପର୍କୀୟ ଦାଦାଙ୍କୁ ଧମକ୍ ଅଭିଯୋଗ, ୫ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 31, 2019

ଉନ୍ନାଓ ପୀଡ଼ିତାଙ୍କ ସମ୍ପର୍କୀୟ ଦାଦାଙ୍କୁ ଧମକ୍ ଅଭିଯୋଗ, ୫ ଗିରଫ

ଲକ୍ଷ୍ନୌ: ଉନ୍ନାଓ ପୀଡ଼ିତାଙ୍କ ସମ୍ପର୍କୀୟ ଦାଦାଙ୍କୁ ୫ ଜଣ ଯୁବକ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ଉତ୍ତର ପ୍ରଦେଶ ପୁଲିସ ଧମକ ଦେଇଥିବା ୫ ଯୁବକଙ୍କ ନାଁରେ ହତ୍ୟା ଧମକ ଦେଉଥିବା ଅଭିଯୋଗରେ ମାମଲା ରୁଜୁ କରିଛି। ଗତ ଜୁଲାଇ ୨୮ରେ ଦୁର୍ଘଟଣାର ଶିକାର ହୋଇଥିଲା ଉନ୍ନାଓ ପୀଡ଼ିତାଙ୍କ କାର। ଏହାପରେ ଦିଲ୍ଲୀ ସ୍ଥିତ ଏମ୍ସରେ ଗୁରୁତର ଭାବରେ ଚିକିତ୍ସିତ ହେଉଛନ୍ତି ଉନ୍ନାଓ ପୀଡ଼ିତା। ଦୁର୍ଘଟଣାରେ ଉନ୍ନାଓ ପୀଡ଼ିତାଙ୍କ ମାଉସୀ ଓ ଖୁଡୀଙ୍କ ମୃତ୍ୟୁ ଘଟିଥିଲା। ଏବେ ତିହାର ଜେଲରେ ପୀଡ଼ିତାଙ୍କ ଦାଦା ଅଛନ୍ତି।

ଗତ ଗୁରୁବାର ପୀଡ଼ିତାଙ୍କ ଦାଦାଙ୍କ ପ୍ରତିନିଧି କୋର୍ଟରୁ ଘରକୁ ଫେରୁଥିବା ବେଳେ ପ୍ରଥମେ କିଛି ଯୁବକ ରାସ୍ତାରେ ଅଟକାଇ ଧମକ ଚମକ ଦେଇଥିଲେ। ଏହାପରେ ରାତିରେ ତାଙ୍କୁ ଘରେ ପଶି ମାଡ଼ ପିଟ୍ କରିବା ସହିତ ହତ୍ୟା ଧମକ ଦେଇଥିବା ପୀଡ଼ିତାଙ୍କ ସମ୍ପର୍କୀୟ ଦାଦା ଉନ୍ନାଓ ଜିଲ୍ଲାର ମଖି ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଏବେ ଧମକ ଦେଇଥିବା ତିନି ଜଣ ଦୁର୍ବୃତ୍ତଙ୍କ ନାମ ପ୍ରକାଶ କରିଛି। ସେମାନେ ହେଲେ ବଳେନ୍ଦ୍ର ସିଂହ, ରୋହିତ୍ ସିଂହ ଓ ଧର୍ମେନ୍ଦ୍ର ସିଂହ। ଅନ୍ୟ ଦୁଇ ଜଣଙ୍କ ନାଁ ସୁରକ୍ଷା କାରଣରୁ ପୁଲିସ ଗୁପ୍ତ ରଖିଛି। ଏବେ ପୀଡ଼ିତାଙ୍କ ଦାଦାଙ୍କ ନାମରେ ୬ଟି ମାମଲା ଚାଲିଛି। ତେଣୁ ସେ ତିହାର ଜେଲରେ ଅଛନ୍ତି।

ଜୁଲାଇ ୨୮ରେ ଉନ୍ନାଓ ପୀଡ଼ିତା ତାଙ୍କ ଆଇନଜୀବୀଙ୍କ ସହ ରାଏବରେଲି ଏକ କାରରେ ଯାଉଥିଲେ। ଏହି ସମୟରେ ଆଗ ପଟୁ ଏକ ଟ୍ରକ ଆସି ପୀଡ଼ିତାଙ୍କ କାରକୁ ଧକ୍କା ଦେଇଥିଲା। ଏଥିରେ ପୀଡ଼ିତାଙ୍କ ଖୁଡୀ ଓ ମାଉସୀଙ୍କର ମୃତ୍ୟୁ ଘଟିଥିଲା। ସେ ଓ ତାଙ୍କ ଆଇନଜୀବୀ ଗୁରୁତର ଅବସ୍ଥାରେ ଏବେ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୁପ୍ରିମକୋର୍ଟ ଏବେ ଏହି ଦୁର୍ଘଟଣା ମାମଲାର ତଦନ୍ତ ଉପରେ ନଜର ରଖିଛନ୍ତି। ସିବିଆଇ ପୂର୍ବରୁ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ବେଳେ ଏବେ ଦୁର୍ଘଟଣା ମାମଲାର ମଧ୍ୟ ତଦନ୍ତ କରୁଛି। ଦୁର୍ଘଟଣା ପଛରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉନ୍ନାଓ ବିଧାୟକ ବିଧାୟକ କୁଲଦୀପ ସେନଗାର ରହିଥିବା ଅଭିଯୋଗ ହୋଇଛି। ଜେଲରେ ଥିବା ବେଳେ ବିଧାୟକ ତାଙ୍କ ଲୋକଙ୍କ ଦ୍ୱାରା ପ୍ରମାଣ ନଷ୍ଟ କରିବାକୁ ଯାଇ ପୀଡ଼ିତାଙ୍କୁ କାରକୁ ଦୁର୍ଘଟଣା କରାଇଥିବା ଅଭିଯୋଗ ହୋଇଛି।



from Odisha Reporter https://ift.tt/2ZLrsbW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages