ବିଜେପି ସାଂସଦ ରୁପା ଗାଙ୍ଗୁଲିଙ୍କ ପୁଅ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 16, 2019

ବିଜେପି ସାଂସଦ ରୁପା ଗାଙ୍ଗୁଲିଙ୍କ ପୁଅ ଗିରଫ

କୋଲକାତା: ବିଜେପି ସାଂସଦ ତଥା ଅଭିନେତ୍ରୀ ରୁପା ଗାଙ୍ଗୁଲିଙ୍କ ପୁଅ ଆକାଶ ମୁଖୋପାଧ୍ୟାୟ(୨୦) ବେପରୁଆ ଗାଡ଼ି ଚଳାଉଥିବା ଅଭିଯୋଗରେ ଗତକାଲି ବିଳମ୍ୱିତ ରାତିରେ ଗିରଫ ହୋଇଛନ୍ତି। କୋଲକାତା କ୍ଲବ(ରୟାଲ କାଲକାଟା ଗଲ୍ଫ କ୍ଲବ)ର ପାଚେରୀ କାନ୍ଥରେ ଆକାଶ ତାଙ୍କ କାର ବାଡ଼େଇ ଦେବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ସେ ମଦ ପିଇ ଗାଡ଼ି ଚଳାଉଥିଲେ ବୋଲି ଅଭିଯୋଗ ହୋଇଛି।
ପୁଲିସ ସାଂସଦ ଗାଙ୍ଗୁଲିଙ୍କ ପୁଅକୁ ଗିରଫ କରି ରଖିଛି। ଆକାଶ ଗାଡ଼ି ଚଳାଇବା ବେଳେ ମଦ ପିଇଥିଲେ କି ନାହିଁ, ତାହା ଆଜି ପରୀକ୍ଷା ହେବା ପରେ ପୁଲିସ ସ୍ପଷ୍ଟ କରିବ।

ପୁଅ ଆକାଶ ଗିରଫ ହୋଇଥିବାର ଖବର ମିଳିବା ପରେ ସାଂସଦ ରୁପା ଗାଙ୍ଗୁଲି ସିରିଜ୍ ଟୁଇଟ୍ କରିଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ତାଙ୍କ ଘର ନିକଟରେ ଦୁର୍ଘଟଣାର ଶିକାର ହୋଇଛି। “ମୁଁ ପୁଲିସକୁ ଫୋନ୍ କରି ତା’ର ଯତ୍ନ ନେବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି। ମୁଁ ପୁଅକୁ ଭଲ ପାଏ। କିନ୍ତୁ ଆଇନ ଅନୁଯାୟୀ ସେ ଦଣ୍ଡିତ ହେବ। ନା ମୁଁ ଭୁଲ କରେ, ନା ମୁଁ ଭୁଲକୁ ସହେ। ମୁଁ ବିକ୍ରି ହୁଏ ନାହିଁ ” ବୋଲି ସେ ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍ କରିଛନ୍ତି।

ଏହାପରେ ସେ ଆଉ ଏକ ଟୁଇଟ କରି କହିଛନ୍ତି, “ମୁଁ ଅପରାହ୍ନ ୩ଟାରେ ତାକୁ(ଆକାଶ)କୁ ଫୋନ୍ କରି ସେ ମଧ୍ୟାହ୍ନ ଭୋଜନ ଖାଇଛି କି ନାହିଁ ଏବଂ ଅନ୍ୟାନ୍ୟ ଜିନିଷ ବାବଦରେ ପଚାରି ବୁଝିଥିଲି। କିନ୍ତୁ ମୁଁ ଏବେ ତା ବାବଦରେ ମିଡିଆରୁ ଅନେକ କଥା ଶୁଣୁଛି। ଅଗଷ୍ଟ ୧୫ ସକାଳେ ସେ ଦିଲ୍ଲୀରୁ ୭ଟା ୫୦ରେ ଫ୍ଲାଇଟରେ ଯାଇଥିଲା” ବୋଲି ସାଂସଦ ଗାଙ୍ଗୁଲି କହିଛନ୍ତି। ଏଥିସହ ପୁଅ ନାଁରେ ଆସିଥିବା ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆକାଶ ଗତକାଲି ରାତିରେ କାର ଚଳାଇବା ବେଳେ ଏକ ଟର୍ଣ୍ଣ ନେଉଥିଲେ। କିନ୍ତୁ ତାଙ୍କ ଗାଡ଼ିର ସ୍ପୀଡ ଅଧିକ ରହିଥିବାରୁ କୋଲକାତା କ୍ଲବର ପାଚେରୀ କାନ୍ଥରେ ବାଡ଼େଇ ହୋଇଯାଇଥିଲା। ଆକାଶଙ୍କ ଗାଡ଼ିର ଅଧିକ କ୍ଷତି ହୋଇଥିବା ବେଳେ ସେ ସାମାନ୍ୟ ଆହତ ହୋଇଛନ୍ତି। ଆକାଶଙ୍କ ବାପା ଆସି ତାଙ୍କୁ କାରରୁ ବାହାର କରିଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାପରେ ଆକାଶ ତାଙ୍କ ସାଙ୍ଗଙ୍କ ଘରେ ଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା।



from Odisha Reporter https://ift.tt/2KMPUQE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages