ଭାରି ସାଂଘାତିକ ‘ଡିମେନ୍‌ସିଆ’ ରୋଗ; ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 16, 2019

ଭାରି ସାଂଘାତିକ ‘ଡିମେନ୍‌ସିଆ’ ରୋଗ; ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଗତବର୍ଷ ତାଙ୍କର ପରଲୋକ ହୋଇଥିଲା। ଦୀର୍ଘ ବର୍ଷ ଧରି ଅସୁସ୍ଥ ରହିବା ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ୨୦୦୯ରେ ତାଙ୍କର ବ୍ରେନ୍‌ ଷ୍ଟ୍ରୋକ୍ ହୋଇଥିଲା। ତାଙ୍କର ଡାଇବେଟିସ୍ ମଧ୍ୟ ଥିଲା। ବ୍ରେନ୍‌ ଷ୍ଟ୍ରୋକ୍ ପରେ ସେ ‘ଡିମେନ୍‌ସିଆ’ ରୋଗରେ ମଧ୍ୟ ପୀଡ଼ିତ ହୋଇଥିଲେ। ‘ବ୍ରେନ୍‌ ଷ୍ଟ୍ରୋକ୍‌’ ଓ ‘ଡାଇବେଟିସ୍‌’ ବିଷୟରେ ତ ଆପଣମାନେ ଜାଣିଥିବେ। ତେବେ ଏ ‘ଡିମେନ୍‌ସିଆ’ ରୋଗ ବିଷୟରେ ଜାଣିଛନ୍ତି ନା ନାହିଁ।

‘ଡିମେନ୍‌ସିଆ’ ଏପରି ଏକ ରୋଗ, ଯେଉଁଥିରେ ମଣିଷର ସ୍ମରଣ ଶକ୍ତି କ୍ରମଶଃ ହ୍ରାସ ପାଇବାରେ ଲାଗିଥାଏ। ସେ ଅତୀତକୁ ଧୀରେ ଧୀରେ ଭୁଲିଯାଏ। ଏହି ରୋଗର ଶିକାର ଲୋଙ୍କର କାମରେ ମନ ଲାଗେ ନାହିଁ ଓ ସେମାନେ ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି। କେବଳ ଏତିକି ନୁହେଁ, ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଚିନ୍ତା କରିବା ଓ ବୁଝିବା ଶକ୍ତି ମଧ୍ୟ ହ୍ରାସ ପାଏ।

ଲକ୍ଷଣ
ସବୁ କଥା ଭୁଲିଯିବା, ଅବସାଦଗ୍ରସ୍ତ ହେବା, କଥାବାର୍ତ୍ତା କରିବାରେ ସମସ୍ୟା ଅନୁଭବ କରିବା, ବ୍ୟବହାରରେ ପରିବର୍ତ୍ତନ, ଖାଦ୍ୟ ଗିଳିବାରେ କଷ୍ଟ ଅନୁଭବ କରିବା ତଥା ଚଲାବୁଲା କରିବାରେ ଅସୁବିଧା ପ୍ରଭୃତି ‘ଡିମେନ୍‌ସିଆ’ ରୋଗର ଲକ୍ଷଣ।

କ’ଣ ପାଇଁ ହୋଇଥାଏ?
ଆମ ମସ୍ତିଷ୍କରେ ଏମେଲାଡ୍‌ ନାମକ ପ୍ରୋଟିନ୍‌ ଜମା ହେବା କାରଣରୁ ‘ଡିମେନ୍‌ସିଆ’ ରୋଗ ହୋଇଥାଏ। ଏହାଦ୍ୱାରା ମସ୍ତିଷ୍କର ସ୍ନାୟୁ ଗୁଡ଼ିକ ନଷ୍ଟ ହୋଇଯାଏ। ତେଣୁ ମନେ ରଖିବାର କ୍ଷମତା ହ୍ରାସ ପାଇବାକୁ ଲାଗେ। ହିପୋକ୍ୟାମ୍ପସ୍ ଆମ ମସ୍ତିଷ୍କର ଏକ ମୁଖ୍ୟ ଅଂଶ। ଏହା ସମସ୍ତ ଘଟଣାକୁ ମନେ ରଖିବାର କାମ କରିଥାଏ। କିନ୍ତୁ ‘ଡିମେନ୍‌ସିଆ’ରେ ପୀଡ଼ିତ ବ୍ୟକ୍ତିଙ୍କ ମସ୍ତିଷ୍କର ଏହି ଭାଗର କୋଷଗୁଡ଼ିକ ନଷ୍ଟ ହୋଇଯାଏ। ଫଳରେ ରୋଗୀ ସବୁ କଥା ଧୀରେ ଧୀରେ ଭୁଲିବାକୁ ଲାଗେ।

ଏହା ବ୍ୟତୀତ ‘ଡିମେନ୍‌ସିଆ’ ମୁଖ୍ୟତଃ ଡିପ୍ରେସନ୍‌, ଅତ୍ୟଧିକ ମଦ୍ୟପାନ, ଥାଇରଏଡ୍‌ ଓ ଭିଟାମିନ୍‌ ଅଭାବରୁ ହୋଇଥାଏ।

‘ଡିମେନ୍‌ସିଆ’ରୁ ରକ୍ଷା ପାଇବାର ଉପାୟ
୧. ଏକ ସର୍ଭେ ଅନୁଯାୟୀ, ଏକା ନ ରହି ଅଧିକରୁ ଅଧିକ ସମୟ ଲୋକଙ୍କ ଗହଣରେ ରହିବା ଉଚିତ୍‌। ନିଜ ପରିବାର, ବନ୍ଧୁ ଓ ପିଲାଙ୍କ ସହ ସମୟ କାଟିବା ଆବଶ୍ୟକ।

୨. ମାନସିକ ସ୍ୱାସ୍ଥ୍ୟ ଆମ ଶାରୀରିକ କାର୍ଯକଳାପ ଉପରେ ପ୍ରଭାବ ପକାଇଥାଏ। ଆପଣ ଯେତେ ଶାରୀରିକ ପରିଶ୍ରମ କରିବେ, ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ସେତେ ଭଲ ରହିବ। ଆପଣ ଯେତେ ଆକ୍ଟିଭ୍‌ ରହିବେ, ‘ଡିମେନ୍‌ସିଆ’ ହେବାର ଭୟ ସେତେ କମ୍‌ ଥାଏ।

୩. ବିଶେଷଜ୍ଞଙ୍କ ଅନୁଯାୟୀ, ଡିମେନ୍‌ସିଆରୁ ରକ୍ଷା ପାଇବା ପାଇଁ ସୁସ୍ଥ ଓ ସନ୍ତୁଳିତ ଖାଦ୍ୟ ଖା’ନ୍ତୁ। ବିଶେଷ କରି ତାଜା ଫଳ, ସବୁଜ ପନିପରିବା, ମାଛ, କ୍ଷୀର ଓ ଅଣ୍ଡା ଖାଆନ୍ତୁ।

ଉଲ୍ଲେଖଯୋଗ୍ୟ, ‘ଡିମେନ୍‌ସିଆ’ ରୋଗ ସାଧାରଣତଃ ବ୍ୟକ୍ତିଙ୍କୁ ୬୦ ବର୍ଷ ବୟସ ପରେ ହୋଇଥାଏ। ହେଲେ ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଏହା କମ୍‌ ବୟସର ପିଲାଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି।



from Odisha Reporter https://ift.tt/2MjDDpX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages