ପୁଣି ବିବାଦରେ ପପୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 26, 2019

ପୁଣି ବିବାଦରେ ପପୁ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍‌। ରାତାରାତି ସୋଶାଲ୍‌ ମିଡିଆ ସେନ୍‌ସେସନ୍ ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନକଲ କରି ସେ ବିବାଦ ଭିତରକୁ ପଶିଯାଇଛନ୍ତି। ଏନେଇ ତାଙ୍କର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।

ଆପଣମାନେ ତ ଜାଣିଥିବେ, ପଶ୍ଚିମବଙ୍ଗର ରାନାଘାଟ୍‌ ରେଲଓ୍ୱେ ଷ୍ଟେସନ୍‌ରେ ଲତା ମଙ୍ଗେଶକରଙ୍କର ଏକ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳଙ୍କୁ ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିଆଁ ତାଙ୍କର ଆଗାମୀ ଫିଲ୍ମ ‘‘ହାପି ହାର୍ଡି ଆଣ୍ଡ ହୀର୍’ରେ ଏକ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି। ଆଉ ତାଙ୍କର ଗୀତ ରେକର୍ଡିଂ ବେଳର ଫଟୋ ବି ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଆଉ ସେହି ଭିଡିଓକୁ ନକଲ କରିଛନ୍ତି ପପୁ। ରାନୁ ମଣ୍ଡଳ ଯେମିତି ଶୈଳୀରେ ଗୀତ ଗାଉଛନ୍ତି ପପୁ ମଧ୍ୟ ସେମିତି ଗୀତ ଗାଇବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି। ଏପରିକି ସେ ରାନୁଙ୍କ ଭଳି ସଜେଇ ମଧ୍ୟ ହୋଇଛନ୍ତି। ସେ ହଳଦିଆ ରଙ୍ଗର ଶାଢ଼ି ପିନ୍ଧି ମୁଣ୍ଡରେ ଲମ୍ବା ନକଲି ଚୁଟି ବି ଲଗାଇଛନ୍ତି। ମାଇକ୍‌ ସାମ୍ନାରେ ଠିଆ ହୋଇ ରାନୁ ଯେମିତି ଢଙ୍ଗରେ ‘ତେରି ମେରି କାହାନି’ ଗୀତକୁ ଗାଇଥିଲେ, ତାକୁ ନକଲ କରିଛନ୍ତି ପପୁ। ସେହିପରି ପପୁଙ୍କ ପାଖରେ ଜଣେ ବ୍ୟକ୍ତି ଛିଡ଼ା ହୋଇ ହିମେଶ ରେଶମିଆଁଙ୍କର ନକଲ କରୁଛନ୍ତି।

ଏହି ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ବେଳେ ପ୍ରାୟ ସମସ୍ତେ ପପୁଙ୍କୁ ସମାଲୋଚନା କରିଛନ୍ତି। ପପୁ ଜଣେ ଗରିବ ମହିଳାଙ୍କୁ ଉପହାସ କରିଛନ୍ତି ବୋଲି ସମସ୍ତେ କହୁଛନ୍ତି। କିଛି ଲୋକ ସୋଶାଲ୍ ମିଡିଆରେ ସେମାନଙ୍କ ମତ ରଖି ଲେଖିଛନ୍ତି- ପପୁ ଜଣେ ଅଭଦ୍ର ବ୍ୟକ୍ତି। ସେ ନାରୀମାନଙ୍କୁ ସମ୍ମାନ କରିବା ଶିଖି ନାହାନ୍ତି। ଆଉ କେହି କେହି ଲେଖିଛନ୍ତି- ପପୁ କେବେ ବି ସୁଧୁରିବେନି। ଲୋକେ ଏହା ବି କହିଛନ୍ତି ଯେ, ନିଜ ଦକ୍ଷତା ଦେଖାଇବା ପାଇଁ ପପୁ ଏମିତି ଶସ୍ତା କାମ କରୁଛନ୍ତି। ତେବେ ଏ ନେଇ ପପୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହା ପୂର୍ବରୁ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ବିବାଦରେ ଫସି ଥିଲେ ପପୁ।

 



from Odisha Reporter https://ift.tt/2PglPhM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages