ଭାରତକୁ ହଇରାଣ କରିବାକୁ ପାକିସ୍ତାନର ନୂଆଚାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 26, 2019

ଭାରତକୁ ହଇରାଣ କରିବାକୁ ପାକିସ୍ତାନର ନୂଆଚାଲ

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତାକୁ ଦେଖି ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଔଷଧ ବିକଳରେ ଇମ୍ରାନ୍‌ ସରକାର ଏବେ ତାଟିଆ କାମୁଡ଼ିବା ଆରମ୍ଭ କରିଛି। ଭାରତକୁ ହଇରାଣ କରିବାକୁ ପାକିସ୍ତାନ ପଞ୍ଜାବରେ ବଡ଼ ବନ୍ୟା ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛି। ପୂର୍ବରୁ ପାକିସ୍ତାନ ସତଲୁଜର ସମସ୍ତ ୬ଟି ଗେଟ୍ ଖୋଲିଦେଇ ପଂଜାବର ଫି‌ରୋଜପୁରରେ ବନ୍ୟା ସୃଷ୍ଟି କରିଥିବା ବେଳେ ଏବେ ପୁଣିଥରେ ରାତି ଅଧିଆ ସତଲୁଜ୍  ନଦୀକୁ ଆବର୍ଜନା ପାଣି ଛାଡ଼ି ସୀମାବର୍ତ୍ତୀ ଅଞ୍ଚଳରେ ବିପର୍ଯ୍ୟୟ ସୃଷ୍ଟି କରିଛି।

ଆନ୍ତର୍ଜାତୀୟ ସୀମା ନିକଟସ୍ଥ ପାକିସ୍ତାନର ବିଭିନ୍ନ ଚମଡ଼ା କାରଖାନା ଏବଂ ଅନ୍ୟ କେତେକ କାରଖାନାର ଆବର୍ଜନା ଜଳକୁ ସତଲୁଜ୍ ନଦୀକୁ ଛାଡ଼ିଥିବା ଜଣାପଡ଼ିଛି। ଫି‌ରୋଜପୁରର ଜିଲ୍ଲାର କିଛି ଗାଁରେ ବନ୍ୟା ଜଳ ପ୍ରବେଶ କରିଛି। ଏହାର ପ୍ରଭାବରେ କିଛି ଜିଲ୍ଲାରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

ଏପରିକି ସୀମାରେ ଥିବା ତାର ଜାଲି ଭାସି ଯାଇଥିବାରୁ ଯବାନମାନେ ମୋଟର ବୋଟରେ ପଇଁତରା ମାରୁଛନ୍ତି। ସତଲୁଜ ନଦୀରେ ଦୂଷିତ ଜଳ ଛାଡ଼ିଥିବାରୁ ପଞ୍ଜାବରେ ରୋଗ ବ୍ୟାପିବାର ଆଶଙ୍କା ଉପୁଜିଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।



from Odisha Reporter https://ift.tt/2PcSFjs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages