ମୁମ୍ବାଇ: ଜମ୍ମୁ କଶ୍ମୀରକୁ ନେଇ ଦେଶରେ ଚହଳ ସୃଷ୍ଟି ହୋଇଛି। ଦୀର୍ଘ ୭୦ ବର୍ଷ ଦେଶଠାରୁ ଜମ୍ମୁ-କଶ୍ମୀରକୁ ଅଲଗା ରଖିଥିବା ସମ୍ବିଧାନର ‘ଅସ୍ଥାୟୀ’ ଧାରା ୩୭୦କୁ ମୋଦି ସରକାର ଉଚ୍ଛେଦ କରିବା ପରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ଏବେ ଜମ୍ମୁ-କଶ୍ମୀର ଆଉ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ତ ପାଇବ ନାହିଁ ଓଲଟା ରାଜ୍ୟ ବଦଳରେ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଣାଯିବ। ତା ‘ସହିତ ଦେଶରେ ଏବେ ଗୋଟିଏ ପତାକା ରହିବ, ଆଉ ଗୋଟିଏ ସମ୍ବିଧାନ ରହିବ। ଏକଥା ଜାଣିବା ପରେ ପୂରା ଦେଶରେ ଖୁସିର ଲହରୀ ଖେଳିଯାଇଛି।
ଗତ ସୋମବାର ଦିନ ଏହି ଐତିହାସିକ ନିର୍ଣ୍ଣୟ ପରେ ସାଧାରଣ ଲୋକଠୁ ଆରମ୍ଭ କରି ସେଲେବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ। ଟ୍ୱିଟ୍ ଏବଂ ସୋଶାଲ୍ ମିଡିଆରେ ପୋଷ୍ଟ କରି ସମସ୍ତେ ନିଜର ଖୁସି ଜାହିର କରିଥିବା ବେଳେ ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବଲିଉଡ ଅଭିନେତା ସକିବ୍ ସଲିମ୍। ସକିବ୍ଙ୍କର ଏ ସମ୍ପର୍କିତ ଏକ ଟ୍ୱିଟ୍ ସମସ୍ତଙ୍କର ଧ୍ୟାନ ଆକର୍ଷିଣ କରିଛି।
May there be no hate in the world. Love n respect to all 🙏❤️ pic.twitter.com/Fhqf40OoLF
— Saqib Saleem (@Saqibsaleem) August 6, 2019
ସକିବ୍ ଟ୍ୱିଟ୍ କରି ଲେଖିଛନ୍ତି, “ମୁଁ ଜାଣିନି ଯାହା କିଛି ହେଉଛି ସେସବୁ ଠିକ୍ ନା ଭୁଲ୍। ମୁଁ ଏବେବି ଏ ନିଷ୍ପତ୍ତି ବିଷୟରେ ବୁଝିବାକୁ ଚେଷ୍ଟା କରୁଛି। ମୁଁ ଜଣେ ଅଧା କାଶ୍ମୀରବାସୀ ଓ ମୋର ପରିବାର ଶ୍ରୀନଗରରେ ରହନ୍ତି। ମୁଁ ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ଗତ ଦୁଇ ଦିନ ହେବ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି। କିନ୍ତୁ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ। ଯଦି ମୁଁ ମୋ ପରିବାର ବିଷୟରେ ଚିନ୍ତାକରିବା ଭୁଲ୍ ତେବେ ଆପଣ ମତେ ଦେଶଦ୍ରୋହୀ କହିପାରିବେ। ମୋର କିଛି ସମ୍ପର୍କୀୟ ଭାଇ ସେନାରେ ରହିଛନ୍ତି । କିନ୍ତୁ ସେମାନଙ୍କର ମତ ଜଣାପଡୁନାହିଁ। କଶ୍ମୀର ଲୋକଙ୍କ ସ୍ୱରକୁ ଶୁଣିବାକୁ ଅପେକ୍ଷା ରରିଛି। ସେମାନଙ୍କୁ ମଧ୍ୟ କହିବାକୁ ଦିଆଯାଉ।”
from Odisha Reporter https://ift.tt/2ZGA28s
No comments:
Post a Comment