ନୂଆଦିଲ୍ଲୀ: ଅଗଷ୍ଟ ୧୬ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ବିଜେପି ସାରା ଦେଶରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରିବାକୁ ଯାଉଛି। ପ୍ରତି ବ୍ଲକ, ଜିଲ୍ଲା ଓ ରାଜ୍ୟ କାର୍ଯ୍ୟାଳୟରେ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ସଭା ଆୟୋଜନ କରାଯିବାକୁ ଲକ୍ଷ୍ୟ ରଖିଛି ବିଜେପି। ଏଥିପାଇଁ ବିଜେପି ସପ୍ତାହେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି।
ଦଳର ମୁଖ୍ୟ କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ଏଥର ରାକ୍ଷୀ ପୂର୍ଣିମା ଏବଂ ସ୍ୱାଧୀନତା ଦିବସ ଗୋଟିଏ ତାରିଖରେ ପଡ଼ୁଥିବାରୁ ବିଜେପି ଏହାକୁ ପାଳିବ ବୋଲି ନିଷ୍ପତ୍ତି ନେଇଛି। ଦେଶର ଯବାନଙ୍କ ସହ ବିଜେପି ଏହି ରକ୍ଷା ବନ୍ଧନ ପାଳନ କରିବ ବୋଲି ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୧୬ ତାରିଖରେ ବାଜପେୟୀ ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ହୋଇଥିଲା।
from Odisha Reporter https://ift.tt/2KhB5Go
No comments:
Post a Comment