୧୪,୧୫ ଓ ୧୬…ସ୍ୱତନ୍ତ୍ରତା ଦିବସର କିଛି ହିସାବ-ନିକାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 14, 2019

୧୪,୧୫ ଓ ୧୬…ସ୍ୱତନ୍ତ୍ରତା ଦିବସର କିଛି ହିସାବ-ନିକାଶ

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା): ସର୍‌ଫରୋସୀ କୀ ତମନ୍ନା ଅବ୍‌ ହମାରେ ଦିଲ୍‌ ମେଁ ହୈ, ଦେଖନା ହେ ଜୋର୍‌ କିତନା ବାଜୁ-ଏ-କାତିଲ ମେଁ ହୈ …। କ୍ରାନ୍ତିକାରୀ କବି ବିସ୍‌ମିଲ୍‌ ଅଜିମାବାଦୀଙ୍କ ଲିଖିତ ଏହି ପଂକ୍ତି ଯେବେ ବି କାନରେ ପଡ଼େ ଟାଙ୍କୁରି ଉଠେ ରୋମ । ଜାଗି ଉଠେ ଦେଶ ପ୍ରେମ।, ଶରୀରରେ ଖେଳି ଯାଏ ଅପୂର୍ବ ଶିହରଣ। ଆଜି ସ୍ୱାଧୀନତା ଦିବସରେ ଏହି ଗୀତରେ ସମଗ୍ର ଦେଶରେ ଗୁଞ୍ଜରିତ ହେବ। ସ୍ୱାଧୀନ ଭାରତ ଆଜି ୭୩ ବର୍ଷରେ ପଦାର୍ପଣ କରିଛି। ଆଉ ଏହି ସମୟ ମଧ୍ୟରେ ଆମେ ଅନେକ କିଛି ହରେଇଛେ ଏବଂ ଅନେକ କିଛି ପାଇଛେ । ସ୍ୱାଧୀନତା ପାଇବା ପାଇଁ କେତେ କେତେ ମା’ଙ୍କର କୋଳ ଖାଲି ହୋଇଛି। ପୁଣି କେତେ ପ୍ରିୟତମାଙ୍କ ମଥାର ସିନ୍ଦୁର ପୋଛି ହୋଇଯାଇଛି । ଆଉ ପୁଣି କିଏ ବାପାଙ୍କୁ ତ ପୁଣି କିଏ ପୁଅକୁ ହରାଇଛି। ତେବେ ଯାଇ ଭାରତମାତାର ଶରୀରରୁ ଗୋଲାମିର ଶିକୁଳି ହଟିଛି । ତ୍ୟାଗ ଓ ବଳିଦାନ ଗାଥାର ନିଦର୍ଶନ ବହନ କରୁଥିବା ଏହି ସ୍ୱତନ୍ତ୍ରତା ଦିବସ ଅବସରରେ ଆଜି ଏମିତି କିଛି କଥା କହିବୁ ଯାହାକୁ ହୁଏତ’ ଆପଣ ଜାଣି ନ ଥିବେ ।

୧୫ ଅଗଷ୍ଟ ୧୯୪୭ । ଏହି ତାରିଖଟି ଇତିହାସରେ ନିଶ୍ଚିତ ଅମର ହୋଇ ରହିବ । ଯେଉଁ ଦିନ ଏ ଦେଶ ଅନୁଭବ କରିଥିଲା ଯେ, ତା’ହାତରୁ ଗୋଲାମିର ହାତକଡ଼ି ଓ ପାଦରୁ ଗୋଲାମିର ବେଡ଼ି ଛିଡ଼ି ଯାଇଛି । ହେଲେ କେବେ ଭାବିଛନ୍ତି କି କାହିଁକି ସ୍ୱାଧୀନତା ଦିବସ ପାଇଁ ୧୯୪୭ ଅଗଷ୍ଟ ୧୫ ତାରିଖକୁ ନିର୍ଦ୍ଧାରଣ କରାଯାଇଥିଲା ।
ସ୍ୱାଧୀନତା ପାଇଁ ହଜାର ହଜାର ସଂଗ୍ରାମୀଙ୍କ ସଂଘର୍ଷ ଆଉ ଶେଷଥର ପାଇଁ ୧୯୪୫ ଅଗଷ୍ଟ ୯ରେ ମହାତ୍ମା ଗାନ୍ଧିଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରା ବ୍ରିଟିଶରଙ୍କ ସ୍ଥିତିକୁ ଦୋହଲାଇ ଦେଇଥିଲା। ସେ ଦେଇଥିବା ଡୁ ଅର ଡାଏ ( କର ବା ମର) ନାରା ଦେଇଥିବା ସ୍ଲୋଗାନ୍ ସବୁ ଭାରତୀୟଙ୍କ ଶେଷ ଅସ୍ତ୍ର ପାଲଟିଯାଇଥିଲା । ଗୋଟିଏ ପଟେ ଭାରତୀୟଙ୍କ ଉଗ୍ର ଆନ୍ଦୋଳନ ଓ ଅନ୍ୟପଟେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ବ୍ରିଟିଶରଙ୍କ ଶକ୍ତିକୁ ଆହୁରି କ୍ଷୀଣ କରିଦେଇଥିଲା । ଦିନକୁ ଦିନ ଦୁର୍ବଳ ହୋଇପଡ଼ୁଥିବା ବ୍ରିଟିଶ ସରକାର ଭାରତୀୟଙ୍କୁ ଆଉ ପାରିବା ସମ୍ଭବ ନୁହେଁ ବୋଲି ଅନୁଭବ କଲେ।

ଆଉ ଠିକ୍‌ ଏହି ସମୟରେ ୧୯୪୭ ମସିହାରେ ଲର୍ଡ଼ ମାଉଣ୍ଟବ୍ୟାଟେନ୍‌ଙ୍କୁ ଭାରତରେ ଶେଷ ଭାଇସରୟ ଭାବେ ନିଯୁକ୍ତି ଦିଆଯାଇଥିଲା । ଯାହାଙ୍କ ଉପରେ ଭାରତକୁ ସ୍ୱତନ୍ତ୍ରତା ଭେଟି ଦେବାର ଦାୟିତ୍ୱ ଥିଲା । ଯୋଜନା ଅନୁସାରେ ଭାରତକୁ ୧୯୪୮ ଜୁନ ମାସରେ ସ୍ୱତନ୍ତ୍ରତା ମିଳିବା ପାଇଁ ଯୋଜନା ହେଉଥିଲା । ଲର୍ଡ଼ ମାଉଣ୍ଟବ୍ୟାଟେନ୍‌ ସ୍ୱାଧୀନତା ନେଇ ଭାରତୀୟଙ୍କ ସହ ଆଲୋଚନା କରୁଥିଲେ। କିନ୍ତୁ ଏତେ ବଳିଦାନ, ତ୍ୟାଗ ଓ ସଂଘର୍ଷ ପରେ ମଧ୍ୟ ତାହା ସହଜ ନ ଥିଲା। କାରଣ ଏହି ସମୟରେ ଭାରତ ବିଭାଜନକୁ ନେଇ ମହମ୍ମଦ ଅଲ୍ଲି ଜିନ୍ନା ଓ ଜବାହରଲାଲ ନେହରୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଚରମ ସୋପାନରେ ପହଞ୍ଚି ଥିଲା । ମହମ୍ମଦ ଅଲ୍ଲି ଜିନ୍ନା ଅଲଗା ଦେଶ ଗଠନ ନେଇ ଦାବି ରଖିସାରିଥିଲେ ।

ଯେଉଁ କାରଣରୁ ଭାରତର କେତେକ କ୍ଷେତ୍ରରେ କଳହ ତୀବ୍ର ରୂପ ନେଇ ଦଙ୍ଗା ସୃଷ୍ଟି ହୋଇଥିଲା । ଆଉ ପରବର୍ତ୍ତୀ ସମୟରେ ଦେଶ ମଧ୍ୟ ବିଭାଜିତ ହେଲା। ତେବେ ଏହାରି ଭିତରେ ୧୯୪୯ ବଦଳରେ ୧୯୪୭ରେ ସ୍ୱାଧୀନତା ଦିଆଯିବାକୁ ସ୍ଥିର ହୋଇଥିଲା । ମାଉଣ୍ଟବ୍ୟାଟେନ ହିଁ ସେହି ବ୍ୟକ୍ତି ଥିଲେ ଯିଏ ଭାରତର ସସ୍ୱାଧୀନତା ପାଇଁ ୧୫ ଅଗଷ୍ଟକୁ ବାଛିଥିଲେ । ଏହି ତାରିଖ ନିର୍ଦ୍ଧାରଣ ହେବାର ମୁଖ୍ୟ କାରଣ ଥିଲା ଜାପାନ ।

କାରଣ ଠିକ୍ ଏହି ଦିନ ଅର୍ଥାତ ଦୁଇ ବର୍ଷ ପୂର୍ବେ ୧୫ ଅଗଷ୍ଟ ୧୯୪୫ରେ ଜାପାନର ରାଜା ହିରୋ ହିଟୋ ପ୍ରତିପକ୍ଷ ବ୍ରିଟେନ, ଆମେରିକା ଓ ରୁଷ ଆଦି ମିତ୍ର ଦେଶର ଆଗରେ ଆତ୍ମସମର୍ପଣ କରିଥିଲେ। ସେହି ସମୟରେ ମିତ୍ରଦେଶ ପକ୍ଷରୁ ଲର୍ଡ଼ ମାଉଣ୍ଟବ୍ୟାଟେନ୍‌ କମାଣ୍ଡର ଥିଲେ ।

ଜାପାନର ସେନା ଯେଉଁଦିନ ଆତ୍ମସମର୍ପଣ କରିଥିଲା ସେହି ତାରିଖକୁ ଭାରତରେ ସ୍ୱାଧୀନତା ଦିବସ ପାଇଁ ସ୍ଥିର କଲେ ମାଉଣ୍ଟବ୍ୟାଟେନ୍‌। ତେବେ ଜାପାନର ଏହି କାହାଣୀର ଗୁରୁତ୍ୱ ଯାହାବି ଥାଉନା କାହିଁକି, କିନ୍ତୁ ଯେତେବେଳେ ଇତିହାସର ପୃଷ୍ଟା ଲେଉଟା ଯିବ ୧୫ ଅଗଷ୍ଟ ସହ ଦୁଇଟି ଘଟଣାକୁ ମନେ ରଖିବାକୁ ହେବ । ପ୍ରଥମତଃ ଜାପାନ ସେନାର ଆତ୍ମସମର୍ପଣ । ଆଉ ଦଦ୍ୱିତୀୟତଃ ଭାରତର ସ୍ୱାଧୀନତା । ଇଏ ତ’ ଗଲା ୧୫ ଅଗଷ୍ଟ କଥା । ହେଲେ ସେହଦିନ ମଧ୍ୟରାତ୍ରିରେ କାହିଁକି ମନା ଯାଇଥିଲା ବିଜୟ ଉତ୍ସବ ? ଦେଖିବାକୁ ଗଲେ ଯେତେବେଳେ୧୫ ଅଗଷ୍ଟକୁ ସ୍ୱାଧୀନତା ଦିବସ ପାଇଁ ଲର୍ଡ଼ ମାଉଣ୍ଟବ୍ୟାଟେନ ସ୍ଥିର କଲେ ଦେଶରେ ଜୌତିଷଙ୍କ ମଧ୍ୟରେ ଏକ କମ୍ପନ ଖେଳିଗଲା । କାରଣ ଏହିଦିନ ଭାରତ ପାଇଁ ଶୁଭ ନଥିଲା । ଯେଉଁଥିପାଇଁ ଏକ ଉପାୟ ବାହାର କରାଗଲା। ଆଉ ୧୪ ଓ ୧୫ ଅଗଷ୍ଟ ମଧ୍ୟରେ ରାତି ୧୨ଟା ହିଁ ସ୍ଥିର ହେଲା । କିନ୍ତୁ କଥା ଏତିକିରେ ଅଟଳି ନଥିଲା। ଜୌତିଷମାନେ ନେହରୁଙ୍କ ସାମ୍ନାରେ ସର୍ତ ରଖିଲେ । ଆଉ ଅନୁରୋଧ କଲେ ଆପଣଙ୍କୁ ଆପଣଙ୍କ ଭାଷଣ ରାତି ୧୧ଟା ୫୧ ଠାରୁ ଆରମ୍ଭ କରି ୧୨ଟା ୩୯ ପର୍ଯ୍ୟନ୍ତ ହିଁ ଦେବାକୁ ପଡ଼ିବ । ତା’ ପରେ ଭାରତର ସ୍ୱତନ୍ତ୍ରତା ହାସଲର ଶଙ୍ଖନାଦ ବାଜିବ । ସେୟା ହିଁ ହେଲା। ନେହେରୁ ୧୫ ଅଗଷ୍ଟ ମଧ୍ୟରାତ୍ରରେ ଭାରତୀୟ ସମ୍ବିଧାନ ପ୍ରଣୟନ ସଭା ବସିଥିବା ବେଳେ ନିଜର ଅଭିଭାଷଣ ରଖିଥିଲେ। ଆଉ ତାହା ଥିଲା ଯେତେବେଳେ ଏକ ମଧ୍ୟରାତ୍ରରେ ଯେତେବେଳେ ସମଗ୍ର ବିଶ୍ୱ ନିଦ୍ରାଗତ ଥିବ, ଠିକ୍‌ ସେହି ମୂହୁର୍ତ୍ତରେ ସ୍ୱାଧୀନତା ପାଇଁ ଜାଗି ଉଠିବି ଭାରତ..।

କିନ୍ତୁ ନେହରୁ ୧୫ ଅଗଷ୍ଟ ଦିନ ଲାଲକିଲ୍ଲା ନୁହେଁ ଇଣ୍ଡିଆ ଗେଟ୍‌ରେ ଉଡ଼ାଇ ଥିଲେ ତ୍ରିରଙ୍ଗା। ଏହା ପଛରେ ମଧ୍ୟ କାରଣ ରହିଛି । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶରଙ୍କ ପକ୍ଷରୁ ୯୦,୦୦୦ ଭାରତୀୟ ବିଶ୍ୱଯୁଦ୍ଧରେ ନିଜର ଜୀବନକୁ ବଳିଦେଇଥିଲେ । ସେମାନଙ୍କ ସ୍ମୁତିରେ ବ୍ରିଟିଶରମାନେ ଦିଲ୍ଲୀରେ ୱାର ମେମୋରିଆଲ ଅର୍ଥାତ ଇଣ୍ଡିଆ ଗେଟ୍ ସ୍ଥାପନ କରିଥିଲେ । ୧୫ ଅଗଷ୍ଟ ୬ ତାରିଖରେ ଏହି ଇଣ୍ଡିଆ ଗେଟ ସାମ୍ନାରେ ସରକାରଙ୍କ ତରଫରୁ ପ୍ରଥମ କରି ନବଭାରତର ଝଣ୍ଡା ଉଡ଼ାଯାଇଥିଲା । ଆଉ ସେହି ସହିଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଆଉ ଏହା ବି କୁହାଯାଏ ୧୫ ଅଗଷ୍ଟ ଦିନ ନେହରୁ ଏବଂ ଅନ୍ୟ ନେତାମାନେ ରାଜକାର୍ଯ୍ୟରେ ବ୍ୟସ୍ତ ଥିଲେ । ଆଉ ଏହି ବ୍ୟସ୍ତତା କାରଣରୁ ସେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇ ପାରିନଥିଲେ । ଫଳରେ ୧୬ ଅଗଷ୍ଟ ସକାଳ ୮ଟା୩୦ରେ ନେହରୁ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଥିଲେ।

ପ୍ରଥମଥର ଯେବେ ଲାଲକିଲ୍ଲାରେ ବିଜୟ ତ୍ରିରଙ୍ଗା ଉଡ଼ିଲା ଉପସ୍ଥିତ ସହସ୍ରାଧିକ ଜନତାଙ୍କ ମଧ୍ୟରେ ଖୁସି ଖେଳିଗଲା । ଏହି ସମୟଟି ଏତେ ଗୌରବପୂର୍ଣ୍ଣ ଥିଲା ଯେ, ଭାରତ ଅତ୍ୟାଚାରର କଳାଦିନ ଗୁଡ଼ିକ ଭୁଲି ଯାଇଥିଲା, ଆଉ ଏହି ସମୟରେ ଭାରତୀୟ ଆକାଶରେ ଏକ ସୁନ୍ଦର ଇନ୍ଦ୍ରଧନୁ ଝଲକି ଉଠିଲା । ଲୋକମାନେ କହିବାକୁ ଲାଗିଲେ ଏହି ଇନ୍ଦ୍ରଧନୁକୁ ଭଗବାନ ହିଁ ପଠାଇଛନ୍ତି । ତ୍ରିରଙ୍ଗା ଉଡ଼ିବା ପରେ ଝିପି ଝିପି ବର୍ଷା ହୋଇଥିଲା । ଇନ୍ଦ୍ରଧନୁର ରଙ୍ଗ ଦିଲ୍ଲୀର ସାରା ଆକଶକୁ ଝାପସା ରଙ୍ଗିନ୍ କରିଦେଇଥିଲା । ଯଦିଓ ୧୬ ଅଗଷ୍ଟରେ ସେଦିନ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ିଥିଲା, କିନ୍ତୁ ଏହା ପରେ ୧୫ ଅଗଷ୍ଟର ପରିଚୟ ସହ ଲାଲ ପାଚେରୀ ଘେରା ଲାଲକିଲ୍ଲା ସବୁଦିନ ପାଇଁ ଯୋଡ଼ିଯାଇଥିଲା।



from Odisha Reporter https://ift.tt/2N5ehMe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages