ନୂଆଦିଲ୍ଲୀ: ୧୬ ମାସ ପରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଗତକାଲି ଇଂଲଣ୍ଡ ବିପକ୍ଷରେ ଧୂଆଁଧାର ଶତକ ମାରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଆସେସ ଟେଷ୍ଟର ପ୍ରଥମ ଦିନରେ ୧୪୪ ରନର ଜବରଦସ୍ତ ଇନିଂସ ଖେଳିଛନ୍ତି ସ୍ମିଥ୍। ଏହି ଶତକ ବଳରେ ସେ ଏବେ ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।
ସ୍ମିଥଙ୍କ ଏହି ଶତକ ତାଙ୍କର ୨୪ ତମ ଶତକ ଥିଲା। ମୋଟ୍ ୧୧୮ଟି ଇନିଂସ ଖେଳି ସେ ୨୪ଟି ଶତକ ମାରିଛନ୍ତି। ଏହା ପୂର୍ବରୁ ବିରାଟ କୋହଲି ୧୨୩ଟି ଇନିଂସ ଖେଳି ୨୪ଟି ଶତକ କରିଥିବା ବେଳେ ସଚିନ ତେନ୍ଦୁଲକର ୧୨୫ଟି ଇନିଂସ ଖେଳି ୨୪ଟି ଶତକ ମାରିଥିଲେ। ତେବେ ସ୍ମିଥ୍ ତାଙ୍କଠୁ କମ୍ ଇନିଂସ ଖେଳି ୨୪ଟି ଶତକ ମାରିବାରେ ସଫଳ ହୋଇଛନ୍ତି।
ତେବେ ଟେଷ୍ଚ କ୍ରିକେଟରେ ସବୁଠାରୁ ଦୃତତମ ୨୪ତମ ଶତକ ରେକର୍ଡ ସାର ଡନ ବ୍ରାଡମ୍ୟାନଙ୍କ ନାମରେ ରହିଛି। ସେ ମାତ୍ର ୬୬ଟି ଇନିଂସ ଖେଳି ୨୪ଟି ଶତକ ହାସଲ କରିଥିଲେ ଏବଂଏଯାବତ ତାଙ୍କର ଏହି ରେକର୍ଡ କେହି ବି ଭାଙ୍ଗିପାରି ନାହାନ୍ତି। ସୂଚନାଯୋଗ୍ୟ, ୨୦୧୮ରେ ସ୍ମିଥ୍ ସାଉଥ ଆଫ୍ରିକା ବିରୋଧରେ ଖେଳୁଥିବା ବେଳେ ବଲ୍ ଟାମ୍ପରିଂ କରୁଥିବାର ପ୍ରମାଣ ମିଳିଥିଲା। ଏହାପରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ତାଙ୍କୁ ୧୨ ମାସ ପାଇଁ ବାସନ୍ଦ କରିଥିଲା।
from Odisha Reporter https://ift.tt/2yxHfvG
No comments:
Post a Comment