ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାରେ ବିଦେଶୀ ପୋକ ଆତଙ୍କ। ଜିଲ୍ଲାର ନୂଆଗାଁ ଓ କୁତ୍ରା ଅଞ୍ଚଳର ଚାଷ ଜମିରେ ଏବେ ଏହି ପୋକ ଚାଷୀର ନିଦ ହଜାଇବାରେ ଲାଗିଛି। ଏହି ଅଞ୍ଚଳରେ ହୋଇଥିବା ମକା, ଧାନ ଓ ଭେଣ୍ଡି ଫସଲରେ ବିଦେଶୀ ପୋକ ଲାଗି ଯାଉଛନ୍ତି। ଫଳରେ ଫସଲ ନଷ୍ଟ ହୋଇ ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ପ୍ରଥମେ ମରୁଡ଼ି ଯୋଗୁ ଚାଷୀମାନେ ଚିନ୍ତାରେ ଥିଲେ। ଏବେ ବିଦେଶୀ ପୋକ ଦାଉ ସାଧୁଛି। ତେବେ ପୋକ ଛୋଟ ଥିବା ସମୟରେ ଔଷଧ ସିଞ୍ଚନ କଲେ ପୋକ ଦାଉରୁ ରକ୍ଷା ପାଇ ହେବ ବୋଲି ରାଜଗାଙ୍ଗପୁର ଶସ୍ୟ ସଂରକ୍ଷଣ ଅଧିକାରୀ ସଞ୍ଜୀବ କୁମାର ମହାନ୍ତି କହିଛନ୍ତି।
ସେ କହିଛନ୍ତି,“ ନୂଆଗାଁ ଓ କୁତ୍ରା ଅଞ୍ଚଳରେ ଏହି ପୋକ ବହୁ ମାତ୍ରାରେ ଦେଖିବାକୁ ମିଳୁଛି। ଏହି ପୋକର ବିଶେଷତ୍ୱ ହେଉଛି, ଏହି ପୋକ ପ୍ରଚୁର ଅଣ୍ଡା ଦିଅନ୍ତି। ବିଶେଷ କରି ମକା ଫସଲରେ ଏହି ପୋକ ଖୁବ ଶୀଘ୍ର ବ୍ୟାପିଯାଇଥାନ୍ତି। ଏହାସହ ଧାନ, ଗହମ, ମାଣ୍ଡିଆ, ଡାଲି ଜାତୀୟ ଫସଲ ଓ ତୈଳବୀଜ ଫସଲ ସମେତ ୧୮୨ ପ୍ରକାର ଫସଲକୁ ଏହି ପୋକ ନଷ୍ଟ କରି ଦିଅନ୍ତି।”
from Odisha Reporter https://ift.tt/2Ki0ZJe
No comments:
Post a Comment