ଆଜି ବି ଚାଲିବ ଏମାର ମଠ ଉଚ୍ଛେଦ କାର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 29, 2019

ଆଜି ବି ଚାଲିବ ଏମାର ମଠ ଉଚ୍ଛେଦ କାର୍ଯ୍ୟ

ପୁରୀ (ମଧୁସୂଦନ ମିଶ୍ର):  ଗତକାଲି ଅଧାରେ ଅଟକିଥିବା ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆଜି ମଧ୍ୟ ଚାଲିବ । ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି  ଛିଡ଼ା ହୋଇଥିବା ଏହି ମଠକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଳେ ନଜରକୁ ଆସିଛି କିଛି ଗୁପ୍ତ କୋଠରୀ। ଉପର ତଳ ହୋଇ ୬ଟି ରହସ୍ୟଜନକ ଅନ୍ଧାର କୋଠରୀ ଓ ଅଜଣା ସୁଡ଼ଙ୍ଗ ଥିବା ଜଣାଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ବର୍ଷ ବର୍ଷ ଧରି ବନ୍ଦ ପଡ଼ିଥିବା ଏମାର ମଠର କୋଠରୀକୁ ଭଙ୍ଗାଯିବା ବେଳେ ଲୋକଙ୍କ ଭିଡ଼ ଜମିଥିଲା। ଏହା ଭିତରେ ବିଷଧର ସର୍ପ ଥିବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ସ୍ନେକ ହେଲ୍ପଲାଇନ୍‌ର ସାହାଯ୍ୟ ବି ନେଇଥିଲା । ଗବେଷକଙ୍କ ମତରେ ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ରାମାନୁଚାର୍ଯ୍ୟଙ୍କ ପୁରୀ ଆଗମନ ସମୟରେ ଏହି ମଠର ନିର୍ମାଣ ହୋଇଥିବା ଅନୁମାନ କରାଯାଏ । ଶ୍ରୀମନ୍ଦିର ଚୌହଦି ସଫା ଅଭିଯାନକ୍ରମେ ଦ୍ୱିତୀୟ ମଠ ଭାବେ ଏମ୍ଆର ମଠର ପାଳି ପଡିଛି। ଏହା ପୂର୍ବରୁ ଲଙ୍ଗୁଳି ମଠ ଉଚ୍ଛେଦ ସରିଛି  ।

 



from Odisha Reporter https://ift.tt/30KBR4N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages