ଖୋର୍ଦ୍ଧା(ବଳରାମ ଲେଙ୍କା): ଜଳିଗଲା ଚଳନ୍ତା କେମିକାଲ ଟ୍ୟାଙ୍କର। ଗତକାଲି ବିଳମ୍ୱିତ ରାତିରେ ୧୬ ନମ୍ୱର ଜାତୀୟ ରାଜପଥର ଟାଙ୍ଗୀ ବାଇପାସ୍ରେ ଏକ ଚଳନ୍ତା କେମିକାଲ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଏଥିରେ ଡ୍ରାଇଭର ଓ ହେଲପର୍ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଟ୍ୟାଙ୍କରଟି ପାରାଦୀପରୁ ବ୍ରହ୍ମପୁର ଯାଉଥିଲା। ତେବେ ଟାଙ୍ଗୀ ପୁଲିସ୍ ଟ୍ୟାଙ୍କରଟିକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି।
from Odisha Reporter https://ift.tt/2ZrxIG6
No comments:
Post a Comment