ନୂଆଦିଲ୍ଲୀ: ଫ୍ରାନ୍ସ ବିଏରିଜ୍ G-7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ଏମିତି କାର୍ଡ ଖେଳିଲେ, ଯେଉଁଥିରେ ବିଳିବିଳି ହୋଇ ଉଠିଲା ପାକିସ୍ତାନ। ବାଉଳା ହୋଇ ପରମାଣୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ହେଲେ ପାକିସ୍ତାନର ଧମକ ସତ୍ତ୍ୱେ ମୋଦି ପାକିସ୍ତାନର ଏୟାରବେସ୍ ଦେଇ ଭାରତକୁ ଫେରିଛନ୍ତି।
ମୋଦି ଫ୍ରାନ୍ସ ଗସ୍ତରେ ଯାଇ ବିଏରିଜ୍ ସହରରେ ହେଉଥିବା G-7 ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ଫଙ୍କ ସହ ସାକ୍ଷାତ ଅବସରରେ ସଫା ସଫା କହିଥିଲେ, କଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଲୋଡ଼ା ନାହିଁ। ଉଭୟ ଦେଶ ମିଳିମିଶି ଏହାର ସମାଧାନ କରିବା ଉଚିତ୍। ମୋଦିଙ୍କ ଏଭଳି ଉତ୍ତର ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ବି କଶ୍ମୀର ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ମାନିଛନ୍ତି। ଏଥିରେ ପାକିସ୍ତାନକୁ ଜବରଦସ୍ତ ଝଟ୍କା ଲାଗିଛି।
କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କଠାରୁ ନିରାଶ ହେବା ପରେ ବାଉଳା ହୋଇ ପରମାଣୁ ଯୁଦ୍ଧ ଧମକ ଦେଇଛନ୍ତି ଇମ୍ରାନ। କହିଛନ୍ତି, ଉଭୟ ଦେଶ ପାଖରେ ପରମାଣୁ ଅସ୍ତ୍ର ଅଛି। ଆଉ ପରମାଣୁ ଯୁଦ୍ଧ ହେଲେ ସାରା ବିଶ୍ୱ ପ୍ରଭାବିତ ହେବ,କେହି ଜିତିବେନି ବୋଲି ଇମ୍ରାନ କହିଛନ୍ତି। ଏହାସହ ଆସନ୍ତା ସେପ୍ଟେମ୍ବର ୨୭ରେ ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବେ ବୋଲି ଇମ୍ରାନ କହିଛନ୍ତି।
from Odisha Reporter https://ift.tt/2L8ytdd
No comments:
Post a Comment