ପୁରୀ(ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ସରକାରଙ୍କ ଘୋଷଣା ପରେ ମେଘନାଦ ପାଚେରୀ ଚତୁଃପାର୍ଶ୍ୱରୁ ବେଆଇନ ନିର୍ମାଣର ଉଚ୍ଛେଦ ସରିଛି। ଆଜି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ବିପଦଶଙ୍କୁଳ ଅବସ୍ଥାରେ ଥିବା ଦର୍ଶାଇ ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ଦୋକାନ ଘର ଉଚ୍ଛେଦ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।
ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଶ୍ରୀମନ୍ଦିର ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସହରରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨୧ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି। କୌଣସି ପ୍ରକାର ଗଣ୍ଡଗୋଳ କି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି OSAFକୁ ସଜାଗ ରଖାଯାଇଛି।
ଅନ୍ୟପକ୍ଷରେ ଥଇଥାନ ନକରି ହଠାତ୍ ଏଭଳି ଉଚ୍ଛେଦକୁ ପୁରୀ ବାସିନ୍ଦା ସହଜରେ ଗ୍ରହଣ କରିପାରିନାହାନ୍ତି। ପ୍ରଶାସନିକ ନିଷ୍ପତ୍ତିକୁ ପ୍ରତିବାଦ କରି ଗତକାଲି ବହୁ ସଂଖ୍ୟାରେ ବ୍ୟବସାୟୀ ଓ ଅଞ୍ଚଳବାସୀ ବିରୋଧ ପ୍ରଦର୍ଶନ ସହ ବଡ଼ଦାଣ୍ଡରେ ବସି ଆନ୍ଦୋଳନ କରିଥିଲେ। ବିନା ଥଇଥାନରେ ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ ନାପସନ୍ଦ କରିଛନ୍ତି।
from Odisha Reporter https://ift.tt/325ly2I
No comments:
Post a Comment