ପାକିସ୍ତାନକୁ କହିଲେ ରାହୁଲ, କଶ୍ମୀର ପ୍ରସଙ୍ଗରେ ମୁଣ୍ଡ ପୂରାଅନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ପାକିସ୍ତାନକୁ କହିଲେ ରାହୁଲ, କଶ୍ମୀର ପ୍ରସଙ୍ଗରେ ମୁଣ୍ଡ ପୂରାଅନି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ବୟାନବାଜି ଜାରି ରଖିଛି। ଏହାରି ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କେନ୍ଦ୍ର ସରକାରଙ୍କ ଅନେକ ନୀତିକୁ ସେ ସମର୍ଥନ କରିନଥାଇ ପାରନ୍ତି କିନ୍ତୁ କଶ୍ମୀର ଭାରତର ଅନ୍ତରୀଣ ମାମଲା ବୋଲି ଆଜି ଟୁଇଟ୍ କରି ସେ ମତ ରଖିଛନ୍ତି।

ଏଥିରେ ପାକିସ୍ତାନ କି ଅନ୍ୟ ଦେଶ ମୁଣ୍ଡ ପୁରାଇବା ଉଚିତ୍ ନୁହେଁ ବୋଲି ରାହୁଲ୍ ଟୁଇଟ୍ କରି କହିଛନ୍ତି। ଜମ୍ମୁ କଶ୍ମୀରରେ ଯେଉଁ ହିଂସା ଦେଖାଦେଉଛି ତାକୁ ପାକିସ୍ତାନ ସମର୍ଥନ କରୁଛି। ସାରା ଦୁନିଆ ଜାଣିଛି ଯେ ପାକିସ୍ତାନ ଆତଙ୍କବାଦକୁ ହିଁ ସମର୍ଥନ କରୁଛି ବୋଲି ସେ କହିଛନ୍ତି।

ରାହୁଲଙ୍କ ପୂର୍ବରୁ ଗତକାଲି ଜମ୍ମୁ କଶ୍ମୀର କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖି କହିଥିଲା ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ପଟୁ ଅଗଷ୍ଟ ୧୭ରୁ ଅସ୍ତ୍ରବିରତି ଉଲ୍ଲଂଘନ ହେଉଛି। ତେଣୁ ଭାରତ କଡ଼ା ଜବାବ ଦେଉ ବୋଲି କଂଗ୍ରେସ କହିଥିଲା। ଏହି ଅସ୍ତ୍ରବିରତି ଉଲ୍ଲଂଘନ ଦ୍ୱାରା ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଯବାନ ସହିଦ ହୋଇଛନ୍ତି ଓ ୪ ଯବାନ ଏଯାବତ୍ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରର ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରୁଛି। ଯାହାକୁ ପାକିସ୍ତାନ ମଧ୍ୟ ବିରୋଧ କରିଛି। ଧାରା ୩୭୦ ଉଚ୍ଛେଦକୁ ନେଇ ଲୋକସଭାରେ ବିତର୍କ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମତ ରଖିଥିଲେ। ସେ କହିଥିଲେ “ଜମ୍ମୁ କଶ୍ମୀର ଦୁଇ ଦେଶ ମଧ୍ୟରେ ଥିବା ବିବାଦ ବୋଲି କିପରି କହିହେବ? ଏହି ପ୍ରସଙ୍ଗ ଉପରେ ତ ଜାତିସଂଘ ୧୯୪୮ରୁ ନଜର ରଖୁଛି”। ଅଧୀରଙ୍କ ଦ୍ୱାରା ଦିଆଯାଇଥିବା ଏହି ମନ୍ତବ୍ୟକୁ ନେଇ ସେତେବେଳେ ପାଖ ଆସନରେ ବସିଥିବା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ତାଜୁବ ହୋଇଯାଇଥିଲେ। ଯାହାକୁ ନେଇ କଂଗ୍ରେସ ଅଡ଼ୁଆରେ ପଡ଼ିଛି। କାରଣ, ଶିମଲା ଚୁକ୍ତି ଅନୁଯାୟୀ ଜମ୍ମୁ କଶ୍ମୀର ବିବାଦ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ଅନ୍ୟ କୌଣସି ଦେଶ ହସ୍ତକ୍ଷେପ କରିପାରିବ ନାହିଁ।



from Odisha Reporter https://ift.tt/2ZzG4ad

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages