ଗାଁ ଜଗିଛି ସିସିଟିଭି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 27, 2019

ଗାଁ ଜଗିଛି ସିସିଟିଭି

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ସିସିଟିଭି ନଜରରେ ସହର ବଜାର, ଟ୍ରାଫିକ୍‌ ବ୍ୟବସ୍ଥା, ମେଡ଼ିକାଲ ରହିଥିବା ଆମେ ଶୁଣିଥିଲେ। ହେଲେ ସିସିଟିଭି ନୀରିକ୍ଷଣରେ ପୁରା ଗାଁ ସାହିରାସ୍ତା, ଛକ, ଗଳିକନ୍ଦି ରହିଥିବା କେବେ ଶୁଣି ନ ଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହା ମଧ୍ୟ ସମ୍ଭବ ହୋଇସାରିଛି।  ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ହଳଦୀ ଗାଁକୁ ଏବେ ଜଗିଛି ସିସିଟିଭି ।

କିଛି ବର୍ଷ ପୂର୍ବେ ଗାଁରେ ବାରମ୍ବାର ଚୋରି ହେବା ଯୋଗୁ ଗ୍ରାମବାସୀଙ୍କ ଚିନ୍ତା ବଢ଼ି ଯାଇଥିଲା । ଗାଁରେ ବ୍ୟାଙ୍କ, ଆରଆଇ ଅଫିସ, ସ୍କୁଲ ଓ କଲେଜ ରହିଛି। ଫଳରେ ଏଠାରେ ଛାତ୍ରଛାତ୍ରୀଙ୍କ ସମେତ ବାହାର ଲୋକଙ୍କର ମଧ୍ୟ ଭିଡ଼ ଜମେ। ମାତ୍ର ଏଠାରେ ମଦ୍ୟପଙ୍କ ଦୌରାତ୍ମ ବଢ଼ି ଚାଲିଥିଲା ବେଳେ ଚୋରଙ୍କ ପାଦ୍ରୁଭାବ ମଧ୍ୟ ବଢ଼ି ଯାଇଥିଲା।  ଏହା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଗ୍ରାମବାସୀ ଗାଁରେ ସିସିଟିଭି ଲଗାଇବାକୁ ସ୍ଥିର କରିଥିଲେ ।

ପଞ୍ଚାୟତ ପାଣ୍ଠିରୁ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚରେ ଗାଁର ବିଭିନ୍ନ ସାହି ଓ ରାସ୍ତାରେ ୨୯ଟି ସିସିଟିଭି ଲଗାଯାଇଛି। ସିସିଟିଭି ଲଗାଇବା ପରେ ହଳଦୀ ଗାଁରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ଚୋରି, ଗଣ୍ଡଗୋଳ ସହ ମଦ୍ୟପଙ୍କ ଦୌରାତ୍ମ ଭଳି ଘଟଣା ଉପରେ ରୋକ ଲାଗିଛି। ସିସିଟିଭି ଲାଗିବା ପରେ ଏହା ଅନ୍ୟ ଗାଁଗୁଡିକ ପାଇଁ ଉଦାହରଣ ପାଲଟିଛି । ଏହି ଗାଁ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସିସିଟିଭି ନୀରିକ୍ଷଣରେ ଥିବା ଗାଁ ବୋଲି କୁହାଯାଉଛି।



from Odisha Reporter https://ift.tt/2MHcInY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages