ନିୟମିତ ସେଭିଂ କଲେ ମିଳିବ ଏହିସବୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 19, 2019

ନିୟମିତ ସେଭିଂ କଲେ ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସୁନ୍ଦର, ଆକର୍ଷଣୀୟ, ସ୍ମାର୍ଟ୍‌ ଓ ପ୍ରଫେସନାଲ୍‌ ଲୁକ୍‌ ପାଇଁ ଆଜିକାଲି କ୍ଲିନ୍‌ସେଭ୍‌ ଚେହେରାକୁ ହିଁ ପସନ୍ଦ କରାଯାଉଛି। ଯେଉଁ ଯୁବକ ଓ ବ୍ୟକ୍ତିମାନେ କ୍ଲିନ୍‌ସେଭ୍‌ ପସନ୍ଦ କରନ୍ତି, ସେମାନେ ସପ୍ତାହରେ ୨ରୁ ୩ ଥର ସେଭିଂ ହୁଅନ୍ତି। ହେଲେ, ଆପଣ ଜାଣନ୍ତି, ନିୟମିତ ସେଭିଂ କଲେ ପୁରୁଷଙ୍କ ତ୍ୱଚାକୁ ଅନେକ ଫାଇଦା ମିଳିଥାଏ। ଆସନ୍ତୁ ସେସବୁ ଫାଇଦା ବିଷୟରେ ଜାଣିବା।

ଡେଡ୍‌ ସ୍କିନ୍‌ ଦୂର ହୁଏ:  ନିୟମିତ ସେଭିଂ କଲେ କେବଳ ଦାଢ଼ି ସଫା ହୁଏ ତା ନୁହେଁ, ତ୍ୱଚାର ଉପର ଭାଗରେ ଜମି ରହିଥିବା ଡେଡ୍‌ ସ୍କିନ୍ ମଧ୍ୟ ସଫା ହୋଇଯାଏ। ଯାହା ଆପଣଙ୍କୁ ଏକ ଫ୍ରେସ୍‌ ଲୁକ୍‌ ଦେଇଥାଏ।

ସୁସ୍ଥ ତ୍ୱଚା: ଏହା ତ୍ୱଚାରୁ ଦାଢ଼ି ଓ ଡେଡ୍‌ ସ୍କିନ୍‌ ସଫା କରିବା ସହ ସେଭିଂ ସମୟରେ ତ୍ୱଚାକୁ ଏକ ହାଲ୍‌କା ମସାଜ ଦେଇଥାଏ।

ୟଙ୍ଗ ଦେଖାଯିବେ: ନିୟମିତ ଭାବେ ସେଭିଂ କଲେ ଡେଡ୍‌ ସ୍କିନ୍‌ ବାହାରିଯାଏ। ଫଳରେ ତ୍ୱଚାରେ ମେଲାନିନ୍‌ ଓ କ୍ୟାରଟିନ୍‌ର ମାତ୍ରା ବଢ଼ିଥାଏ। ଯାହା ଦ୍ୱାରା ନୂଆ ତିଆରି ହେଉଥିବା ତ୍ୱଚା ପୂରୁଣା ତ୍ୱଚାଠୁ ଅଧିକ ଫ୍ରେଶ୍‌ ଦେଖାଯାଏ ଓ ଏହାକୁ ଅତି ଶୀଘ୍ର ରିକଭରି ହେବାକୁ ସମୟ ମିଳିଯାଏ।

ପିଏଚ୍‌ ଲେଭଲ୍‌କୁ କଣ୍ଟ୍ରୋଲ୍‌ କରେ: ନିୟମିତ ସେଭିଂ କରିବା ସମୟରେ ଆମେ ଯେଉଁ ସେଭିଂ କ୍ରିମ୍‌, ଜେଲ୍‌, ଅଏଲ୍‌ ଓ ପ୍ରି-ସେଭ୍‌ ବ୍ୟବହାର କରୁ ସେଗୁଡ଼ିକ ଆମ ତ୍ୱଚାର ପିଏଚ୍‌ ଲେଭଲ୍‌କୁ କଣ୍ଟ୍ରୋଲ୍‌ କରିଥାଏ।

ଫୂର୍ତ୍ତି ଲାଗିବ: ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି ଯେ ପ୍ରତିଦିନ ସକାଳୁ ଉଠି କାମକୁ ଯିବା ପୂର୍ବରୁ ଯେଉଁମାନେ ସେଭିଂ କରିଥାନ୍ତି, ସେମାନେ ଦିନସାରା ବେଶ୍ ଫୂର୍ତ୍ତି ରହିଥାନ୍ତି। ଅନ୍ୟମାନଙ୍କଠୁ ଏମାନେ ଅଧିକ ବ୍ୟବସ୍ଥିତ ଢଙ୍ଗରେ କାମ କରିଥାନ୍ତି।

ସେଭିଂ ପରେ ଏହି ଘରୋଇ ଉପାୟ ଦ୍ୱରା ନିଅନ୍ତୁ ତ୍ୱଚାର ଯତ୍ନ

ଅମୃତଭଣ୍ଡା- ସେଭିଂ ପରେ ଚେହେରାର ତ୍ୱଚା ରୁକ୍ଷ ହୋଇଯାଏ। ତେଣୁ ସେଭିଂ ପରେ ପାଚିଲା ଅମୃତଭଣ୍ଡା ଲଗାଇଲେ, ଚେହେରାର ରୁକ୍ଷ ପଣ ଦୂର ହୋଇଥାଏ। କାରଣ ପାଚିଲା ଅମୃତଭଣ୍ଡାରେ ଭିଟାମିନ୍‌-ଏ ଅଧିକ ମାତ୍ରାରେ ରହିଛି। ଏଥିପାଇଁ ପ୍ରଥମେ କଟା ଅମୃତଭଣ୍ଡାକୁ ସ୍କ୍ରବ୍‌ ଆକାରରେ ମୁହଁରେ କିଛି ସମୟ ଘଷନ୍ତୁ। ଘଷିବା ପରେ ମୁହଁକୁ ଶୁଖିବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ। ଶୁଖିଗଲେ ମୁହଁକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କଲେ, ଚେହେରାର ତ୍ୱଚା କୋମଳ ଓ ଚମକଦାର୍ ଦେଖାଯିବ।

ଥଣ୍ଡା କ୍ଷୀର- କ୍ଷୀରରେ ଥିବା ଲାକ୍ଟିକ୍‌ ଏସିଡ୍‌ ପ୍ରାକୃତିକ ମଶ୍ଚରାଇଜରର କାମ କରିଥାଏ। ତ୍ୱଚାରେ ଚମକ ଆଣିବା ପାଇଁ ସେଭିଂ କରିବା ପରେ ଏକ ତୁଳାକୁ ଥଣ୍ଡା କ୍ଷୀରରେ ବୁଡ଼ାଇ ଚେହେରାରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏପରି କଲେ ସେଭିଂ ପରେ ତ୍ୱଚା ଜ୍ୱଳନରୁ ଆରାମ ମଧ୍ୟ ମିଳିବା

ଆପଲ ସାଇଡର ଭିନେଗାର୍‌- ଆପଲ ସାଇଡର ଭିନେଗାର୍‌ରେ ଥିବା ଆଣ୍ଟି ଇଫ୍ଲେମେଟରି ଗୁଣ ସେଭିଂ ପରେ ତ୍ୱଚା କୁଣ୍ଡେଇ ହେବାରୁ ରକ୍ଷା କରିଥାଏ। ଏଥିପାଇଁ ଏକ ପାତ୍ରରେ ଅଳ୍ପ ପାଣିରେ ଆପଲ୍‌ ସାଇଡର ଭିନେଗାର ମିଶାଇ ଚେହେରାରେ ଲଗାନ୍ତୁ। ଏଭଳି କଲେ ଆପଣଙ୍କୁ ଇନ୍‌ଫେକସନ୍‌ରୁ ମୁକ୍ତି ମିଳିବ।



from Odisha Reporter https://ift.tt/30iKPpx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages