ଭାରତରେ ପଶିଛନ୍ତି ୪ ଆତଙ୍କୀ ଓ ଆଇଏସ୍‌ଆଇ ଏଜେଣ୍ଟ, ସମଗ୍ର ଦେଶରେ ହାଇଆଲର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 19, 2019

ଭାରତରେ ପଶିଛନ୍ତି ୪ ଆତଙ୍କୀ ଓ ଆଇଏସ୍‌ଆଇ ଏଜେଣ୍ଟ, ସମଗ୍ର ଦେଶରେ ହାଇଆଲର୍ଟ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବଳୟକୁ ଭେଦ କରି ୪ ଜଣ ଆତଙ୍କବାଦୀ ଓ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଜଣେ ଏଜେଣ୍ଟ ଗୁଜରାଟ ସୀମା ଦେଇ ଭାରତ ମଧ୍ୟକୁ ପଶି ଆସିଥିବା ଜଣାପଡ଼ିଛି। ଗୁଇନ୍ଦା ବିଭାଗ ଏହି ସୂଚନା ଦେବା ପରେ ରାଜସ୍ଥାନ ଓ ଗୁଜରାଟ ସମେତ ସମଗ୍ର ଦେଶରେ ହାଇଆଲର୍ଟ ଜାରି କରାଯାଇଛି।

ରାଜସ୍ଥାନର ସିରୋହି ଏସ୍‌ପି କଲ୍ୟାଣମଲ ମୀନା ଏହି ଆତଙ୍କୀ ଆଲର୍ଟ ସମ୍ପର୍କରେ ଜିଲ୍ଲାର ସମସ୍ତ ପୁଲିସ୍‌ ଷ୍ଟେସନକୁ ଚିଠି ଲେଖି ଅବଗତ କରାଇଛନ୍ତି।

ଚିଠିରେ ସେ ଲେଖିଛନ୍ତି ଯେ “ଆଫଗାନିସ୍ତାନ ପାସପୋର୍ଟ ଧରି ୪ ଜଣ ଆତଙ୍କବାଦୀ ଓ ଜଣେ ଆଇଏସ୍‌ଆଇ ଏଜେଣ୍ଟ ଗୁଜରାଟ ଓ ରାଜସ୍ଥାନ ସୀମା ଦେଇ ଭାରତରେ ପ୍ରବେଶ କରିଛନ୍ତି। ଏମାନେ ଯେକୌଣସି ସମୟରେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପ ଭିଆଇ ପାରନ୍ତି। ତେଣୁ ଗୁଜରାଟ ଓ ରାଜସ୍ଥାନ ସମେତ ସମଗ୍ର ଦେଶରେ ହାଇଆଲର୍ଟ ଜାରି କରାଯାଇଛି।”

ଆତଙ୍କୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଗତକାଲି ରାତିରୁ ସମସ୍ତ ଜନଗହଳୀ ପୂର୍ଣ୍ଣ ଅଞ୍ଚଳ, ହୋଟେଲ, ବସ୍‌ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଯାଞ୍ଚ ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସେହିପରି ରାଜ୍ୟର ପ୍ରବେଶ ପଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଗୁଜରାଟ ଓ ମଧ୍ୟପ୍ରଦେଶ ସୀମାନ୍ତରେ ମଧ୍ୟ ଆତଙ୍କବାଦୀଙ୍କ ଗତିବିଧି ଠାବ କରାଯାଇଥିବା ଇଣ୍ଟିଲଜେନ୍ସି ବ୍ୟୁରୋ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟପ୍ରଦେଶର ଝାବୁଆ ଏସ୍‌ପି ବୀନିତ ଜୈନ କହିଛନ୍ତି, “ଆମକୁ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ଭୋପାଲ ସ୍ଥିତ ପୁଲିସ୍‌ ମୁଖ୍ୟାଳୟରୁ ସୂଚନା ଦିଆଯାଇଛି।

ଏଥିପାଇଁ ଆମେ ସମଗ୍ର ରାଜ୍ୟରେ ହାଇଆଲର୍ଟ ଜାରି କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛୁ। ବିଶେଷ କରି ଗୁଜରାଟ ଓ ରାଜସ୍ଥାନ ସୀମାରେ ସୁରକ୍ଷାକର୍ମୀଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଗୁଜରାଟରୁ ମଧ୍ୟପ୍ରଦେଶକୁ ଆସୁଥିବା ସମସ୍ତ ଗାଡ଼ିକୁ ତନତନ କରି ଯାଞ୍ଚ କରାଯାଉଛି। ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ରହିଛୁ।”



from Odisha Reporter https://ift.tt/2NlG0Z0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages