ଆଜି ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ୨୫ରେ ଜି-୭ ସମ୍ମିଳନୀରେ ଯୋଗ ଦେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 21, 2019

ଆଜି ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ୨୫ରେ ଜି-୭ ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସ, ୟୁଏଇ, ବାହରିନ ଗସ୍ତରେ ଯିବେ। ଏହି ଗସ୍ତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା. ଏହି ତିନୋଟି ଦେଶ କଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ କରିଥିଲେ। ତିନୋଟି ଦେଶ ଗସ୍ତ ଅବସରରେ ଭାରତ ଅନେକ ପ୍ରସଙ୍ଗରେ ତିନି ଦେଶ ସହ ଦ୍ୱିପାକ୍ଷିକ ଚୁକ୍ତି କରିବ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଫ୍ରାନ୍ସରେ ଓହ୍ଲାଇବେ। ଫ୍ରାନ୍ସରେ ତାଙ୍କର ଦୁଇ ଦିନ କାର୍ଯ୍ୟଦିବସ ରହିଛି। ଏହି ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଁଙ୍କ ସହ ତାଙ୍କର ଭେଟଘାଟ ହେବ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଆଣବିକ, ଶକ୍ତି, ଆତଙ୍କବାଦ ଆଦି ପ୍ରସଙ୍ଗରେ ଆଲୋଚନା ହେବ। ସୂଚନାଯୋଗ୍ୟ, ଫ୍ରାନ୍ସ ସହ ଭାରତ ରାଫେଲ୍ ଜେଟ ନେଇ ଚୁକ୍ତି କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ୩୬ଟି ରାଫେଲ୍ ବିମାନ ଫ୍ରାନ୍ସ ପାଖରୁ ଗ୍ରହଣ କରିବ ବୋଲି ଜଣାପଡ଼ିଛି।

ଫ୍ରାନ୍ସ ଗସ୍ତ ଶେଷ ହେବା ପରେ ମୋଦି ୟୁଏଇ ଏବଂ ବାହାରିନ ଗସ୍ତରେ ଯିବେ। ୟୁଏଇ ଗସ୍ତ ବେଳେ ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯିବ। ଚଳିତ ବର୍ଷ ଏପ୍ରିଲରେ ମୋଦିଙ୍କୁ ଏହି ସମ୍ମାନ ମିଳିବ ବୋଲି ୟୁଏଇ ସରକାର ଘୋଷଣା କରିଥିଲେ। ଏହାପରେ ବାହାରିନ ଯିବେ ପ୍ରଧାନମନ୍ତ୍ରୀ। ବାହାରିନକୁ ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଯାଉଥିବା ଜଣାପଡ଼ିଛି।

ଏହାପରେ ଅଗଷ୍ଟ ୨୫ରେ ଜି-୭ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ପୁଣିଥରେ ଫ୍ରାନ୍ସ ଆସିବେ। ଏହି ସମ୍ମିଳନୀରେ ଭାରତ ଓ ଆମେରିକା ମଧ୍ୟରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ ବୋଲି ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ କହିଥିଲେ।



from Odisha Reporter https://ift.tt/2NkTe8p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages