ଜନ୍ମାଷ୍ଟମୀରେ କ’ଣ ରହିବ ପୂଜା ବିଧି, କିପରି କରିବେ ଉପବାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 21, 2019

ଜନ୍ମାଷ୍ଟମୀରେ କ’ଣ ରହିବ ପୂଜା ବିଧି, କିପରି କରିବେ ଉପବାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଭାରତ ହେଉଛି ପର୍ବପର୍ବାଣୀର ଦେଶ। ଏଠାରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ଜନ୍ମାଷ୍ଟମୀର ମହତ୍ତ୍ୱ ବେଶ୍‌ ଅଧିକ । ହିନ୍ଦୁମାନଙ୍କର ବିଶ୍ଵାସ ରହିଛି, ଏହି ଦିନ ସୃଷ୍ଠିର ପାଳନ କର୍ତ୍ତା ଭଗବାନ ବିଷ୍ଣୁ ଧରାପୃଷ୍ଠକୁ ଶ୍ରୀକୃଷ୍ଣଙ୍କ ରୂପରେ ଅଷ୍ଟମ ଅବତାର ନେଇ ଆସିଥିଲେ। ତେଣୁ ଏହି ଦିନଟିକୁ ସାରା  ଦେଶରେ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ।

ନିଜ ଆରାଧ୍ୟ ଦେବତା ଧରାପୃଷ୍ଠରେ ଅବତରଣ କରିଥିବାରୁ ଖୁସିରେ ଶ୍ରଦ୍ଧାଳୁମାନେ ଏହି ଦିନ ଜନ୍ମାଷ୍ଟମୀ ବ୍ରତ ପାଳନ କରିଥାନ୍ତି। ସାରା ଦିନ ଉପବାସ ରହି ଭଗବାନ କୃଷ୍ଣଙ୍କର ଆରାଧନା କରିଥାନ୍ତି। କୁହାଯାଏ, ଯଦି ଆପଣ ନିଷ୍ଠାର ସହ ଉପବାସ ରଖି ଜନ୍ମାଷ୍ଟମୀ ବ୍ରତ ପାଳନ କରିବେ, ତା’ହେଲେ ଆପଣଙ୍କୁ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ନିହାତି ମିଳିବ ବୋଲି ବିଶ୍ୱାସ ରହିଛି ।

 କେମିତି ରଖିବେ ଉପବାସ?

ଜନ୍ମାଷ୍ଟମୀ ସାରା ଦେଶରେ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଏ। ଏହି ଦିନ ଲୋକମାନେ ଦିନସାରା ଉପବାସ ରଖନ୍ତି ଓ ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ତାଙ୍କର ବିଶେଷ ପୂଜାର୍ଚ୍ଚନା କରନ୍ତି। କେବଳ ବଡ଼ମାନେ ନୁହେଁ, ପିଲା ଓ ବୃଦ୍ଧମାନେ ମଧ୍ୟ ଶ୍ରଦ୍ଧାର ସହ ଏହିଦିନ ଉପବାସ ରଖିଥାନ୍ତି। ଆସନ୍ତୁ ଜାଣିବା କେମିତି ରଖିବେ ଉପବାସ।

ଯେଉଁମାନେ ଜନ୍ମାଷ୍ଟମୀର ଉପବାସ କରିବାକୁ ଚାହୁଁଛନ୍ତି, ସେମାନେ ଜନ୍ମାଷ୍ଟମୀର ପୂର୍ବ ଦିନ କେବଳ ଗୋଟିଏ ବେଳ ଭୋଜନ କରିବା ଉଚିତ। ପରଦିନ ଅର୍ଥାତ୍ ଜନ୍ମାଷ୍ଟମୀ ଦିନ ସକାଳୁ ଉଠି ସ୍ନାନ କରି ଭଗବାନଙ୍କୁ ଦର୍ଶନ କରନ୍ତୁ ଓ ଉପବାସର ସଂକଳ୍ପ ନିଅନ୍ତୁ। ଏହି ଉପବାସକୁ ଆପଣ ଅଷ୍ଟମୀ ତିଥି କିମ୍ବା ରୋହିଣୀ ନକ୍ଷତ୍ର ଶେଷ ହେବା ଯାଏ ପାଳନ କରିବେ।

ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ ଯେ ଭଗବାନ କୃଷ୍ଣ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଜନ୍ମ ହୋଇଥିଲେ। ତେଣୁ ଜନ୍ମାଷ୍ଟମୀ ଉଭୟ ଅଷ୍ଟମୀ ତିଥି  ଓ ରୋହିଣୀ ନକ୍ଷତ୍ରରେ ପାଳନ କରାଯାଏ।

ଜନ୍ମାଷ୍ଟମୀ ପୂଜା ବିଧି

ଜନ୍ମାଷ୍ଟମୀ ଦିନ ଯଦି ଆପଣ ଘରେ ଭଗବାନ କୃଷ୍ଣଙ୍କର ପୂଜା କରିବାକୁ ଚାହୁଁଛନ୍ତି ତେବେ ଏହିଭଳି ଭାବେ ପୂଜା କରନ୍ତୁ।

୧) ପ୍ରଥମେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର  ପରିଧାନ କରନ୍ତୁ।

୨)  ପ୍ରଭୁଙ୍କର ଆଣ୍ଠୁଆ ଗୋପାଳ ମୁର୍ତ୍ତିକୁ ପ୍ରଥମେ ଗଙ୍ଗା ଜଳରେ ସ୍ନାନ କରାନ୍ତୁ।

୩) କ୍ଷୀର, ଦହି, ଘିଅ, ମହୁ ଓ ଗୁଡ଼କୁ ମିଶାଇ ପଞ୍ଚାମୃତ ପ୍ରସ୍ତୁତ କରନ୍ତୁ। ଏହି ପଞ୍ଚାମୃତରେ ମୂର୍ତ୍ତିକୁ ସ୍ନାନ କରାନ୍ତୁ।

୪) ଏହାପରେ ଶୁଦ୍ଧ ଜଳରେ ପ୍ରଭୁଙ୍କୁ ସ୍ନାନ କରାନ୍ତୁ।

) ଏବେ ପ୍ରଭୁଙ୍କୁ ସୁନ୍ଦର ବସ୍ତ୍ର ପିନ୍ଧାଇ ତାଙ୍କ ଶୃଙ୍ଗାର କରନ୍ତୁ।

୬) ରାତି ୧୨ଟା ସମୟରେ ପ୍ରଭୁଙ୍କ ନିକଟରେ ଭୋଗ ଲଗାଇ ଆଳତି କରନ୍ତୁ।

 



from Odisha Reporter https://ift.tt/2TXfKFM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages