ଖେଳ ପଡ଼ିଆରୁ ନବଜାତ ଶିଶୁପୁତ୍ର ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 22, 2019

ଖେଳ ପଡ଼ିଆରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ର କୁକିଆ ଗାଁ ନିକଟରେ ଥିବା ଖେଳ ପଡ଼ିଆରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ଗାଁର ରଞ୍ଜନ ବଗର୍ତି ଶୌଚ ପାଇଁ ଯାଇଥିବା ବେଳେ ଶିଶୁର କାନ୍ଦ ଶୁଣି  ଆଖପାଖରେ ଖୋଜାଖୋଜି କରିଥିଲେ।   କିଛି ସମୟ ପରେ ଖେଳ ପଡ଼ିଆରୁ କାନ୍ଦୁଥିବା ଅବସ୍ଥାରେ ଏକ ଶିଶୁପୁତ୍ରକୁ ଠାବ କରିଥିଲେ। ଏନେଇ  ଆଶାକର୍ମୀଙ୍କୁ ଖବର ଦେବାପରେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା।

ଏହାପରେ ୧୦୮ ଆମ୍ୱୁଲାନ୍ସ ଯୋଗେ ଶିଶୁକୁ ଅଣାଯାଇ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁପୁତ୍ରଟି ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତର କହିଛନ୍ତି।  ଶିଶୁ ପୁତ୍ରକୁ ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/30sExDY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages