ନିଶା ଛଡ଼ାଇବାକୁ କେନ୍ଦ୍ରକୁ ଯାଇଥିଲେ, ଘରକୁ ଆସିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 22, 2019

ନିଶା ଛଡ଼ାଇବାକୁ କେନ୍ଦ୍ରକୁ ଯାଇଥିଲେ, ଘରକୁ ଆସିଲା ମୃତଦେହ

ଭୁବନେଶ୍ୱର  (ଓଡ଼ିଶା ରିପୋର୍ଟର ): ଭୁବନେଶ୍ୱରସ୍ଥିତ  ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ବ୍ୟକ୍ତିକୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ନୟାପଲ୍ଳୀ ଗଡ ସାହି ଅଞ୍ଚଳର ଅକ୍ଷୟ କୁମାର ମାଝି ସବୁବେଳେ ନିଶାରେ ରହୁଥିବାରୁ ପରିବାର ଲୋକେ ଚିନ୍ତାରେ ଥିଲେ।  ତାଙ୍କ ନିଶା ଛଡ଼ାଇବା ଲାଗି କିଛି ଦିନ ହେବ ସେମାନେ ତାଙ୍କୁ ଏକ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ।   କିନ୍ତୁ ଗତକାଲି ସେ ଅସୁସ୍ଥ ଥିବା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କ ନିକଟକୁ ଖବର ଆସିଥିଲା ।  ସେମାନେ ପହଞ୍ଚିଲା ବେଳକୁ ଅକ୍ଷୟଙ୍କ ମୃତ୍ୟୁ ହୋଇ ସାରିଥିଲା ।

ମୃତ ଅକ୍ଷୟଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।  ଏନେଇ ପୁଲିସ୍‌ ଘଟଣାର ତଦନ୍ତ କରୁଛି । ପରିବାର ଲୋକଙ୍କ ଅଭିଯୋଗ ପରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପକାରଣ ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି। ଏ ନେଇ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ମତାମତ ମିଳି ପାରିନାହିଁ।



from Odisha Reporter https://ift.tt/2KP5a0n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages