କାଳ ହେଲା ଓଭର୍‌ଟେକ୍‌! ଯବାନ ଓ ପୁଲିସ୍‌ କର୍ମଚାରୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 31, 2019

କାଳ ହେଲା ଓଭର୍‌ଟେକ୍‌! ଯବାନ ଓ ପୁଲିସ୍‌ କର୍ମଚାରୀ ମୃତ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ନିକଟରେ ଏକ ବସ୍‌କୁ ଓଭର୍‌ଟେକ୍‌ କଲା ବେଳେ ସେଥିରେ ପିଟି ହୋଇଯିବାରୁ ଜଣେ ଆଇଆର୍‌ବି ଯବାନ ଓ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।

ମୃତକମାନେ ହେଲେ ଆଇଆର୍‌ବି ଯବାନ କ୍ଷୀରସିନ୍ଧୁ ଧରୁଆ ଓ ମୋଟେର ଫାଣ୍ଡିର ହୋମ୍‌ଗାର୍ଡ ପୂର୍ଣ୍ଣ ନାଏକ। ଆହତ ପିଣ୍ଟୁ ପଟ୍ଟନାୟକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, କ୍ଷୀରସିନ୍ଧୁ କୋରାପୁଟରେ କାର୍ଯ୍ୟ କରନ୍ତି। ନୂଆଁଖାଇ ପାଇଁ ସେ ନିଜ ଗାଁ ଜୟପାଟଣାକୁ ଆସିଥିଲେ। ଆଜି ସକାଳ କୋକସରା ଗାଁକୁ ପିଣ୍ଟୁଙ୍କୁ ଦେଖା କରିବାକୁ ଯାଇଥିଲେ। ଉଭୟ ବନ୍ଧୁ କୋକସରା ଥାନା ସମ୍ମୁଖରେ କଥା ହେଉଥିବା ସମୟରେ ପୂର୍ଣ୍ଣ ସେଠାରେ ପହଞ୍ଚିଥିଲେ। ପୂର୍ଣ୍ଣ ତାଙ୍କ ଘରକୁ ଯିବାକୁ ବାହାରିଥିଲେ। ତେବେ ସେ ଯେଉଁ ବସ୍‌ରେ ଯିବାକୁ ବାହାରିଥିଲେ, ତାହା ଅତିକ୍ରମ କରି ଯାଇଥିଲା। ତେଣୁ ସେ କ୍ଷୀରସିନ୍ଧୁ ଓ ପିଣ୍ଟୁକୁ ବାଇକ୍‌ରେ ନେଇ ଉକ୍ତ ବସ୍‌ରେ ଛାଡ଼ି ଦେବାକୁ କହିଥିଲେ। ତିନି ଜଣ ଯାକ ବାଇକ୍‌ରେ ବସ୍‌ର ପିଛା କରି ଏହାକୁ ଓଭର୍‌ଟେକ୍‌ କରୁଥିବା ବେଳେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରାଯାଇ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର କ୍ଷୀରସିନ୍ଧୁ ଓ ପୂର୍ଣ୍ଣଙ୍କୁ ମୃତ ଘୋଷଣା କରିଥିଲେ। ପିଣ୍ଟୁ ଏବେ କୋକସରା ଡାକ୍ତରଖାନାରେ ଚିକତ୍ସାଧୀନ ଅଛନ୍ତି।

ବାଇକ୍ କିଏ ଚଲାଉଥିଲେ, ତାହା ଜଣାପଡ଼ିନି। ତେବେ ବସ୍‌ ଡ୍ରାଇଭର୍‌ ବେପରୁଆ ଗାଡ଼ି ଚାଳନା ଯୋଗୁ ଏ ଦୁର୍ଘଟଣା ଘଟିଛି ବୋଲି କ୍ଷୀରସିନ୍ଧୁଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2NL45Zs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages