୫ରେ Lenovo ଲଞ୍ଚ୍‌ କରିବ ୩ଟି ସ୍ମାର୍ଟଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 31, 2019

୫ରେ Lenovo ଲଞ୍ଚ୍‌ କରିବ ୩ଟି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: Lenovo ଭାରତରେ ପୁଣି ଥରେ ସ୍ମାର୍ଟଫୋନ୍‌ ଲଞ୍ଚ୍ କରିବାକୁ ନିଷ୍ପତ୍ତି ନେଇଛି। ପୁଣି ଗୋଟିଏ ନୁହେଁ, କମ୍ପାନୀ ଏକାଥରକେ ୩ଟି ସ୍ମାର୍ଟଫୋନ୍ ଲଞ୍ଚ୍ କରିବ। ସେପ୍ଟେମ୍ବର ୫ ତାରିଖରେ କମ୍ପାନୀ Lenovo Z6 Pro, Lenovo K10 Note ଓ Lenovo A6 Note ଲଞ୍ଚ୍ କରିବ।

ଏଥିମଧ୍ୟରୁ Lenovo Z6 Pro କମ୍ପାନୀର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ହେବ। Lenovo K10 Note ବଜେଟ୍‌ ଫୋନ୍‌ ହେବ, ଯାହା ଚୀନ୍‌ରେ ଲଞ୍ଚ୍ ହୋଇଥିବା Lenovo Z6 Lite ପରି ହେବ। ଏଥିରେ Qualcomm Snapdragon 710 ପ୍ରୋସେସର୍ ଓ ଟ୍ରିପଲ୍‌ ରିୟର କ୍ୟାମେରା ଦିଆଯିବ।

Lenovo Z6 Proରେ ୬.୩୯ ଇଞ୍ଚ୍‌ର AMOLED Full HD+ ଡିସ୍‌ପ୍ଲେ ସହ Qualcomm Snapdragon 855 ପ୍ରୋସେସର୍‌ ଦିଆଯାଇଛି। ଏଥିରେ 4000mAhର ବ୍ୟାଟେରୀ ସହିତ ୪ଟି  କ୍ୟାମେରା ଦିଆଯାଇଛି। ଚାରୋଟି କ୍ୟାମେରା ମଧ୍ୟରୁ ମୁଖ୍ୟ କ୍ୟାମେରା ୪୮ ମେଗାପିକ୍ସେଲ୍‌ର। ସେଲ୍‌ଫି ନେବା ପାଇଁ ଏଥିରେ ୩୨ ମେଗାପିକ୍ସେଲ୍‌ର କ୍ୟାମେରା ରହିଛି।

Lenovo A6 Note ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ସେହିଭଳି ଏ ସବୁ ଫୋନ୍‌ ଗୁଡ଼ିକର ମୂଲ୍ୟ କେତେ ରହିବ, ସେ ବିଷୟରେ ମଧ୍ୟ କିଛି ଜଣାପଡ଼ିନାହିଁ।  ଲଞ୍ଚ୍‌ ହେବା ପରେ ହିଁ  ସବୁ କିଛି ଜଣାପଡ଼ିବ।

 

 



from Odisha Reporter https://ift.tt/2zHMDwC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages