ଏମାର ମଠର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ଏମାର ମଠର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଜାରି ରହିଛି। ଆଜି ସିଂହଦ୍ୱାର ସମ୍ମୁଖରେ ଥିବା ଦ୍ୱାଦଶ ଶତାବ୍ଦୀର ଏମାର ମଠକୁ ଭଙ୍ଗାଯାଉଛି। ଚାରିତାଲା ବିଶିଷ୍ଟ ମଠର ଉପର ମହଲାରୁ ପ୍ରଥମେ ଉଚ୍ଛେଦ ଆରମ୍ଭ ହୋଇଛି। ଉଚ୍ଛେଦ ସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉଚ୍ଚ ଅଧିକାରୀ ଉପସ୍ଥିତ ଅଛନ୍ତି।

ଏହା ପୂର୍ବରୁ ଗତକାଲି ମଠ ପରିସରରେ ଥିବା ଦୋକାନ ଏବଂ ମଠର ସମସ୍ତ ସାମଗ୍ରୀ ସ୍ଥାନାନ୍ତର କରାଯାଇଛି। ସେହିପରି ଉଚ୍ଛେଦ ହେବାକୁ ଥିବା ବ୍ରିଟିଶ୍ ଅମଳର ରଘୁନନ୍ଦନ ଲାଇବ୍ରେରୀର ମୂଲ୍ୟବାନ ପୁସ୍ତକ ଓ ନଥିପତ୍ର ସ୍ଥାନାନ୍ତର କାମ ମଧ୍ୟ ସରିଛି।

ଏମାର ମଠ ସହ ଆହୁରି ୭ଟି ପୁରୁଣା ମଠ ଭଙ୍ଗାଯିବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଏମାର ମଠ ପରିସରରେ ଥିବା କର୍ମଚାରୀଙ୍କ ଘର ଉଚ୍ଛେଦ ପରେ ଖୋଲା ଆକାଶ ତଳେ କିଛି ଲୋକେ ଆସବାବପତ୍ର ଧରି ବସି ରହିଥିବା ଦେଖିବାକୁ ମିଳିଥିଲା। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ବଗଲା ଧର୍ମଶାଳାରେ ୩ଟି ରୁମରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ସମ୍ପୂର୍ଣ୍ଣ ଥଇଥାନ ଦାବି କରିଛନ୍ତି ଲୋକେ।



from Odisha Reporter https://ift.tt/2Hwrl9s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages