ଡୋମିନିକ ଗଣରାଜ୍ୟରେ ଜାରି ହେଲା ବାପୁଙ୍କ ଡାକ ଟିକେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ଡୋମିନିକ ଗଣରାଜ୍ୟରେ ଜାରି ହେଲା ବାପୁଙ୍କ ଡାକ ଟିକେଟ୍

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଡୋମିନିକ ଗଣରାଜ୍ୟ ଗତକାଲି ଏକ ଡାକ ଟିକେଟ୍ ଜାରି କରିଛି। ଭାରତରରାଷ୍ଟ୍ର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଡାକ ଟିକେଟ୍ ଜାରି କରି ଗର୍ବ ଅନୁଭବ କରୁଛୁ ବୋଲି ଡୋମିନିକ ଗଣରାଜ୍ୟର ଦୂତାବାସ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି ।
ଏନେଇ ବୈଦେଶିକ ବ୍ୟାପାର ରାଜ୍ୟମନ୍ତ୍ରୀ ବି ମୁରଲୀଧରନ୍ ଟ୍ୱିଟ୍‌ କରି କହିଛନ୍ତି,“ ଭାରତର ରାଷ୍ଟ୍ରପିତାଙ୍କୁ ସମ୍ମାନ ଜଣାଇ ଏପରି ପଦକ୍ଷେପ ନିଆଯାଇଥିବାରୁ ଗଣରାଜ୍ୟର ବିଦେଶ ମନ୍ତ୍ରୀଙ୍କୁ ଧନ୍ୟବାଦ।” ଏଥିନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଡୋମିନିକ ଗଣରାଜ୍ୟର ବୈଦେଶିକ ମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଭାରତୀୟ ରାଷ୍ଟ୍ରଦୂତ ମଧୁ ସେଠୀ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଅବୁଧାବି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୨୪ରେ ରାଷ୍ଟ୍ରପତି ଭବନରେ ମହାତ୍ମା ଗାନ୍ଧିଙ୍କ ଛବି ଥିବା ଏକ ଡାକ ଟିକେଟ୍ ଜାରି କରିଥିଲେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଥିଲା ଯେ, “ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଆବୁଧାବିର ଶେହଜାଦେ ମହମ୍ମଦ ବିନ ଜାୟଦ ସ୍ମାରକ ଡାକ ଟିକେଟ୍ ଜାରି କରିଛନ୍ତି।”


from Odisha Reporter https://ift.tt/2LgUmXU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages