ବେନିୟମ ଗାଡ଼ିଚାଳକ ହୁସିଆର୍; ଆଜିଠୁ ଲାଗୁ ହେବ କଡ଼ା ଟ୍ରାଫିକ୍‌ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 31, 2019

ବେନିୟମ ଗାଡ଼ିଚାଳକ ହୁସିଆର୍; ଆଜିଠୁ ଲାଗୁ ହେବ କଡ଼ା ଟ୍ରାଫିକ୍‌ ନିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ ସହ ଉଲ୍ଲଘଂନକାରୀଙ୍କ ପାଇଁ ଜୋରିମାନା ପରିମାଣ ବୃଦ୍ଧି କରିଛନ୍ତି।ଆଜିଠୁ ଏହି କଡା ଟ୍ରାଫିକ୍ ନିୟମ ଲାଗୁ ହେବାକୁ ଯାଉଛି। ଶହେ କି ପାଞ୍ଚ ଶହ ନୁହେଁ, ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଏଣିକି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ। ଆଜିଠୁ ଓଡ଼ିଶା ସମେତ ପୁରା ଦେଶରେ ଏହି ପରିବର୍ତ୍ତିତ ନିୟମ ଲାଗୁ ହେବାକୁ ଯାଉଛି।

ନୂଆ ନିୟମ ଅନୁସାରେ, ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ୫ଶହ ବଦଳରେ ୫ ହଜାର ଦେବାକୁ ପଡ଼ିବ। ମଦ୍ୟପାନ କରି ଗାଡ଼ି ଚଲାଇଲେ ୨ ହଜାର ବଦଳରେ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ।ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଲାଇଲେ ୫ ଶହ ବଦଳରେ ୫ ହଜାର ଟଙ୍କା ତଣ୍ଡ ଗଣିବେ ଖିଲାପକାରୀ। ସେହିପରି ବିନା ସିଟ୍ ବେଲ୍ଟରେ କାର୍ ଚଳାଉଥିଲେ ହଜାରେ ଏବଂ ଦୁଇ ଚକିଆ ଯାନରେ ୩ ଜଣ ବସିଲେ ୨ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ସ୍ଥଳ ବିଶେଷରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ। ସେହିପରି ଯଦି ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ ଓ ଫାୟାର ଗାଡ଼ିକୁ ସାଇଡ୍ ନଦେବେ ତେବେ ଅତିକମରେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

ରାଜ୍ୟ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଗତକାଲି ଏନେଇ ପୁଲିସ ଡିଜି ବିକେ ଶର୍ମାଙ୍କୁ ଚିଠି ଲେଖି ଅବଗତ କରିବା ସହ ନୂଆ ଜୋରିମାନା ଚାର୍ଟ ମଧ୍ୟ ଦେଇଛନ୍ତି।ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ କେଉଁ ଭୁଲ୍ ପାଇଁ କେତେ ଅର୍ଥ ଦଣ୍ଡ ରହିବ ତାହା ସେହି ରେଟ୍ ଚାର୍ଟ ଆଧାରରେ ଆଦାୟ ନିମନ୍ତେ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।



from Odisha Reporter https://ift.tt/2LbFnzN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages