ଖୋର୍ଦ୍ଧା (ବଳରାମ ଲେଙ୍କା) : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଅସୁସ୍ଥ । ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି RDC ।
ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆରଡିସି ଅନୀଲ କୁମାର ସାମଲ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ମଧ୍ୟ ଗ୍ରହଣ କରିଥିଲେ। ଏହାପରେ ଥିଲା ପୁରସ୍କାର ବିତରଣ କାର୍ଯକ୍ରମ। ଏଥିନିମନ୍ତେ ସେ ଷ୍ଟେଜ ଉପରେ ବସିଥିଲେ। ହେଲେ କିଛି ସମୟ ପରେ ଅସୁସ୍ଥତା ଅନୁଭବ କରିଥିଲେ।
ଅସୁସ୍ଥତା ଯୋଗୁଁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
from Odisha Reporter https://ift.tt/2Z6T72z
No comments:
Post a Comment