ଅବସର ଚର୍ଚ୍ଚାକୁ ଖଣ୍ଡନ କଲେ ଗେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 14, 2019

ଅବସର ଚର୍ଚ୍ଚାକୁ ଖଣ୍ଡନ କଲେ ଗେଲ୍‌

ପୋର୍ଟ ଅଫ୍‌ ସ୍ପେନ୍‌: ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କ ଅବସର ଚର୍ଚ୍ଚାରେ ନୂଆ ଟୁଇଷ୍ଟ ଆସିଛି। ବୁଧବାର ଗେଲ୍‌ ଭାରତ ବିପକ୍ଷରେ ଶେଷ ଦିନିକିଆ ଖେଳିଥିବା ଚର୍ଚ୍ଚା ହେଉଥିଲା। ଗତକାଲି ଗେଲ୍‌ ବିସ୍ଫୋରକ ୭୨ ରନ୍‌ର ଇନିଂସ୍‌ ଖେଳିଥିଲେ। ସେ ଆଉଟ୍‌ ହେବା ପରେ ବିରାଟ୍‌ କୋହଲିଙ୍କ ଠାରୁ ଆରମ୍ଭ କରି ଟିମ୍‌ର ସଦସ୍ୟମାନେ ତାଙ୍କ ସହ ହାତ ମିଳାଇ ଶୁଭେଚ୍ଛା ଜଣାଇଥିଲେ।

ସେହିପରି ଗେଲ୍‌ ମଧ୍ୟ ନିଜ ବ୍ୟାଟ୍‌ ଉପରେ ହେଲମେଟ୍‌ ରଖି ପ୍ୟାଭିଲିୟନ ଯାଇଥିଲେ। କୁହାଯାଉଥିଲା, ଏହା ଗେଲଙ୍କ ଶେଷ ମ୍ୟାଚ୍‌।

ଟ୍ୱିଟ କରି ଗେଲ୍‌ଙ୍କ ପ୍ୟାନ୍‌ମାନେ ମଧ୍ୟ ତାଙ୍କୁ ଅବସର ପାଇଁ ଶୁଭେଚ୍ଛା ଜଣାଇଥିଲେ। ହେଲେ ମ୍ୟାଚ୍‌ ପରେ ଗେଲ୍‌ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି, “ ମୁଁ ଏଯାଏ ଅବସର ସମ୍ପର୍କରେ କିଛି ବି ଘୋଷଣା କରିନାହିଁ। ମୁଁ ଏବେ ବି ୱେଷ୍ଟଇଣ୍ଡିଜ ଟିମ୍‌ ସହ ରହିଛି।”

ଏହାପୂର୍ବରୁ ଗେଲ୍‌ ବିଶ୍ୱକପ ପରେ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିଶ୍ୱକପ ପରେ ସେ ଭାରତ ବିପକ୍ଷ ସିରିଜ୍‌ ଖେଳିବେ ବୋଲି କହିଥିଲେ।

୩୯ ବର୍ଷୀୟ ଗେଲ ଗତକାଲି ତାଙ୍କ ଦିନିକିଆ କ୍ୟାରିୟରର ୩୦୧ତମ ମ୍ୟାଚ୍‌ ଖେଳିଥିଲେ। ତାଙ୍କ ଜର୍ସି ନମ୍ବର ମଧ୍ୟ ୩୦୧। ତେଣୁ ସେ ଅବସର ନେବେ ବୋଲି କୁହାଯାଉଥିଲା।



from Odisha Reporter https://ift.tt/2N3swAR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages