ହାଇଦ୍ରାବାଦ୍: ଏଠାରେ ଥିବା ଏକ ହୋଟେଲ କର୍ତ୍ତୃପକ୍ଷଙ୍କୁ ଜଣେ ଯୁବକ ୧୨ ଲକ୍ଷ ଟଙ୍କାର ଚୂନ ଲଗାଇ ଫେରାଇ ହୋଇଯାଇଛି। ବ୍ୟକ୍ତି ଜଣଙ୍କ ଉକ୍ତ ହୋଟେଲେରେ ୧୦୦ରୁ ଅଧିକ ଦିନ ହେଲା ରହିଥିଲେ। ଏ ବାବଦକୁ ୧୨.୩୪ ଲକ୍ଷ ଟଙ୍କା ଦେବାର ଥିଲା। ହେଲେ ସେ କୌଶଳକ୍ରମେ ହୋଟେଲ ଛାଡ଼ି ଫେରାର ହୋଇଯାଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି।
ବିଶାଖାପଟନମର ଏ ଶଙ୍କର ନାରାୟଣ ନାମକ ଜଣେ ବ୍ୟବସାୟୀ ହାଇଦ୍ରାବାଦ୍ ଗସ୍ତରେ ଆସିଥିଲେ। ଏହି ସମୟରେ ସେ ତାଜ ବଞ୍ଜାରା ନାମକ ପଞ୍ଚ ତାରକା ହୋଟେଲରେ ରହିଥିଲେ।
ଦୀର୍ଘ ୧୦୨ ଦିନ କାଳ ସେ ଏଠାରେ ରହିବା ପରେ ତାଙ୍କ ବିଲ୍ ୨୫.୯୬ ଲକ୍ଷ ହୋଇଥିଲା। କିନ୍ତୁ ସେ ୧୩.୬୨ ଲକ୍ଷ ଦେଇଥିଲେ। ବଳକା ୧୨.୩୪ ଲକ୍ଷ ଟଙ୍କା ବାକି ରଖିଥିଲେ। ତେବେ ଶଙ୍କର ନାରାୟଣ ହୋଟେଲ କର୍ତ୍ତୃପକ୍ଷଙ୍କୁ କିଛି ନ କହି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।
ପ୍ରଥମେ ହୋଟେଲ କର୍ତ୍ତୃପକ୍ଷ ଶଙ୍କରଙ୍କୁ ଫୋନ କରିଥିଲେ। ସେ ଟଙ୍କା ଦେବେ ବୋଲି କହିଥିଲେ। ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ସେ ତାଙ୍କ ଫୋନ୍କୁ ବନ୍ଦ କରିଦେଇଥିଲେ। ଏହାପରେ ହୋଟେଲ କର୍ତ୍ତୃପକ୍ଷ ବଞ୍ଜାରା ହିଲ୍ସ ପୁଲିସ୍ ନକଟରେ ଏନେଇ ଅଭିଯୋଗ କରିଥିଲେ। ପୁଲିସ୍ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2Tlz1QG
No comments:
Post a Comment