ଆଗ୍ରା: ପ୍ରସିଦ୍ଧ ତାଜମହଲରେ ପ୍ରବେଶ ପାଇଁ କଟକଣାକୁ କୋହଳ କରାଯାଇଛି। ଆସନ୍ତାକାଲି ୩ ଘଣ୍ଟା ପାଇଁ ତାଜମହଲରେ ପ୍ରବେଶ ପାଇଁ ଯାତ୍ରୀଙ୍କ ଠାରୁ କୌଣସି ଅର୍ଥ ଆଦାୟ କରାଯିବ ନାହିଁ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି।
ଏଏସ୍ଆଇର ସୂତ୍ର ଅନୁଯାୟୀ, ପ୍ରତିବର୍ଷ ଇଦ୍-ଉଲ-ଫିତର ଓ ଇଦ୍ ଉଲ-ଅଜହା(ବକ୍ରୀ ଇଦ୍) ବେଳେ ସ୍ଥାନୀୟ ମୁସଲିମମାନେ ତାଜମହଲ ମଧ୍ୟରେ ସ୍ୱତନ୍ତ୍ର ନମାଜ ପାଠ ଏବଂ ପ୍ରାର୍ଥନା କରନ୍ତି। ଚଳିତ ବର୍ଷ ଇଦ୍ ଉଲ ଅଜ ଅଗଷ୍ଟ ୧୨ ତାରିଖରେ ପଡ଼ୁଛି। ତେଣୁ ଆସନ୍ତାକାଲି ସକାଳ ୭ଟରୁ ଦିନ ୧୦ଟା ଯାଏ ତାଜମହଲରେ ପ୍ରବେଶ ପାଇଁ କୌଣସି ଟିକେଟ୍ ବ୍ୟବସ୍ଥା ରହିବ ନାହିଁ। ୧୦ଟା ପରେ ପ୍ରତିଦିନ ଭଳି ପୁଣିଥରେ ଟିକେଟ ବ୍ୟବସ୍ଥା ପ୍ରଚଳନ କରାଯିବ।
ଅନ୍ୟପକ୍ଷରେ ଆଜି ରବିବାର ଓ ଆସନ୍ତାକାଲି ଇଦ୍ ଉଲ ଅଜ ଥିବାରୁ ତାଜମହଲରେ ପ୍ରବଳ ଭିଡ଼ ହେବ ବୋଲି ସମ୍ଭାବନା ରହିଛି। ତେଣୁ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
from Odisha Reporter https://ift.tt/2MSyswx
No comments:
Post a Comment