ବିବାହ ମଣ୍ଡପରେ ବିସ୍ଫୋରଣ: ୪୦ ମୃତ, ୧୦୦ରୁ ଅଧିକ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 17, 2019

ବିବାହ ମଣ୍ଡପରେ ବିସ୍ଫୋରଣ: ୪୦ ମୃତ, ୧୦୦ରୁ ଅଧିକ ଆହତ

କାବୁଲ୍‌: ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲ୍‌ରେ ଏକ ବାହାଘର ଚାଲିଥିବା ବେଳେ ବିସ୍ଫୋରଣ ଘଟିବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଶନିବାର ବିଳମ୍ବିତ ରାତିରେ ଏ ବିସ୍ଫୋରଣ ହୋଇଥିଲା। ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା ବୋଲି ଆଫ୍‌ଗାନିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ବିସ୍ଫୋରଣ ବେଳେ ବାହାଘର ମଣ୍ଡପରେ ବହୁତ ଭିଡ଼ ଥିଲା। ସଙ୍ଗୀତ ପରିବେଷଣ ପାଇଁ କରାଯାଇଥିବା ଷ୍ଟେଜ୍ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଲୋକେ ଭୟରେ ଏଣେ ତେଣେ ଦୌଡ଼ି ପଳାଇ ଥିଲେ। ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।

ଆଫ୍‌ଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଶାହର-ଇ-ଦୁବାଇ ନାମକ ଏକ ମଣ୍ଡପରେ ଏହି ବିସ୍ଫୋରଣ ହୋଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ୧୦ ଦିନ ତଳେ ମଧ୍ୟ କାବୁଲ୍‌ରେ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ୯୫ ଜଣ ଆହତ ହୋଇଥିଲେ। ଏକ କାରରେ ଏହି ବିସ୍ଫୋରଣ କରାଯାଇଥିଲା।



from Odisha Reporter https://ift.tt/31PAD8f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages