ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା କିଶନନଗର ଥାନା ବାବୁଜଙ୍ଗ ସଫିପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ନଦୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସୁଜାତା ଦାସ ଏବଂ ସୁମନ ଦାସ। ତେବେ ଅନ୍ୟ ଜଣେ ଭଉଣୀ ସୁନୀତା ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଆଜି ସକାଳେ ଏ ତିନି ଜଣ ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇଥିଲା ବେଳେ ଶୁକୁପାଇକା ନଈରେ ଗୋଡ଼ ଖସି ଯାଇଯାଇଥିଲା। ସୁଜାତା ଓ ସୁମନଙ୍କୁ ଜଗତସିଂହପୁର ଡାକ୍ତରଖାନା ନିଆଯାଇଥିଲା। ତେବେ ସେମାନଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା।
from Odisha Reporter https://ift.tt/2NelJEO
No comments:
Post a Comment