ଦେଶରେ ଯୋଗୀ ଫାଷ୍ଟ, ନବୀନ ଥାର୍ଡ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 14, 2019

ଦେଶରେ ଯୋଗୀ ଫାଷ୍ଟ, ନବୀନ ଥାର୍ଡ!

ନୂଆଦିଲ୍ଲୀ: ଦେଶରେ ସର୍ବାଧିକ ଲୋକପ୍ରିୟ ଓ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀମାନଙ୍କ ତାଲିକା ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ କରାଯାଇଥିବା ମୁଡ୍‌ ଅଫ୍‌ ନେଶନ ସର୍ଭେରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି।

ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ନବୀନଙ୍କ ସହ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରହିଛନ୍ତି।

ସର୍ଭେ ଅନୁଯାୟୀ, କ୍ରମାଗତ ଭାବେ ୪ ବର୍ଷ ହେଲାଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ତାଲିକାର ୧ ନଂ ସ୍ଥାନରେ ରହି ଆସୁଥିଲେ। ହେଲେ ଏଥର ଯୋଗୀ ଆଦିତ୍ୟନାଥ ତାଙ୍କୁ ପରାସ୍ତ କରିଛନ୍ତି।

୧ ନଂ ସ୍ଥାନରୁ ଯାଇ ମମତା ୫ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ମମତାଙ୍କୁ ଦେଶର ୬% ଲୋକ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି।

ଯୋଗୀଙ୍କୁ ୨୦% ଲୋକଙ୍କ ସମର୍ଥନ ମିଳିଥିବା ବେଳେ ନୀତୀଶ କୁମାରଙ୍କୁ ୧୦% ଲୋକ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି।

ନବୀନ, ଫଡ଼ନାଭିସ ଓ କେଜ୍ରିୱାଲଙ୍କୁ ୮% ଲୋକ ସମର୍ଥନ କରିଛନ୍ତି। ୭% ଲୋକଙ୍କ ସମର୍ଥନ ବଳରେ ୪ର୍ଥ ସ୍ଥାନରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ରହିଥିବା ସର୍ଭେରୁ ସାମ୍ନାକୁ ଆସିଛି।



from Odisha Reporter https://ift.tt/31zfHSW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages