ଯୁବକଙ୍କୁ ଆକ୍ରମଣ କରି ୩ କିନ୍ନର ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 9, 2019

ଯୁବକଙ୍କୁ ଆକ୍ରମଣ କରି ୩ କିନ୍ନର ଗିରଫ

ସମ୍ବଲପୁର(ସଞ୍ଜୟ ଜେନା):  ଜଣେ ଯୁବକଙ୍କୁ ଆକ୍ରମଣ କରିବା ସହ ବନ୍ଧୁକରୁ ଗୁଳି ଫୁଟାଇବା ଅଭିଯୋଗରେ ବୁର୍ଲା ଥାନା ପୁଲିସ ୩ ଜଣ କିନ୍ନରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ଏକ ନକଲି  ବନ୍ଧୁକ ଜବତ କରାଯାଇଛି। ଗତକାଲି ସମ୍ବଲପୁରର ରୋଚେଶ ଦେ ନାମକ ଯୁବକ ଏ ନେଇ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ।

ରୋଚେଶଙ୍କ ଅଭିଯୋଗ ମୁତାବକ,  ଗତ ୭ ତାରିଖରେ ହିରାକୁଦ ଷ୍ଟେଶନ ନିକଟରେ କିଛି କିନ୍ନର ତାଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଗୁଳି ଫୁଟାଇଥିବା ରୋଚେଶ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୦୭ ଓ ୨୫ ଆର୍ମସ୍‌ ଆକ୍ଟ ଲାଗିଛି। ତେବେ ପ୍ରକୃତରେ ଗୁଳି ଫୁଟିଥିଲା ନା ନକଲି ବନ୍ଧୁକରେ ଯୁବକଙ୍କୁ ଭୟଭୀତ କରାଯାଇଥିଲା, ତାହାର ତଦନ୍ତ ଚାଲିଛି।



from Odisha Reporter https://ift.tt/2GXTXIO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages