ଧୋଇଗଲା ଡାଇଭର୍ସନ ରୋଡ୍; ଯୋଗାଯୋଗ ବିଚ୍ଛିନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 7, 2019

ଧୋଇଗଲା ଡାଇଭର୍ସନ ରୋଡ୍; ଯୋଗାଯୋଗ ବିଚ୍ଛିନ୍ନ

ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଚଢିଆପଲ୍ଲୀରେ ଡାଇଭର୍ସନ ରୋଡ୍ ଧୋଇ ହୋଇଯାଇଛି। ଫଳରେ ବେଲଗୁଣ୍ଠା ଓ ବାଲିପଦରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏଥିଯୋଗୁ ପ୍ରାୟ ଶତାଧିକ ଗାଁକୁ ଯୋଗାଯୋଗୁ ବିଚ୍ଛିନ୍ନ ହୋଇଛି।

ସୂଚନା ଅନୁସାରେ, ଚଢିଆପଲ୍ଲୀରେ ଥିବା ବୋଡା ନଦୀରେ ନୂତନ ବ୍ରିଜ୍  ତିଆରି ଚାଲିଛି। ଗମନାଗମନ ପାଇଁ ଏକ ଡାଇଭର୍ସନ ରୋଡ୍ ତିଆରି ହୋଇଥିଲା। ତେବେ ଲଗାଣ ବର୍ଷା ଯୋଗୁ ଗତକାଲି ରାତିରେ ଡାଇଭର୍ସନ ରୋଡଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି।

ଗ୍ରାମବାସୀ ଅନୀଲ ଗୌଡ଼ କହିଛନ୍ତି,“ନିମ୍ନମାନର କାମ ହେବା ଯୋଗୁ ଡାଇଭର୍ସନଟି ଭାଙ୍ଗି ଯାଇଛି। ଗତଥର ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ଡାଇଭର୍ସନ ରୋଡ୍ ଧୋଇଯିବାରୁ ଲୋକେମାନେ ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହେଉଛି। ପିଲାମାନେ ସ୍କୁଲ ଯାଇପାରୁ ନାହାନ୍ତି। ଦେଢ଼ ବର୍ଷରେ ବ୍ରିଜ୍‌ ନିର୍ମାଣ କରାଯିବ ବୋଲି କୁହାଯାଇଥିଲା। ହେଲେ ଦୁଇ ବର୍ଷ, ହେଲାଣି, ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ୫୦ଟି ଗାଁର ଲୋକେ ଡାଇଭର୍ସନ ରୋଡ୍ ଉପରେ ନିର୍ଭର କରନ୍ତି।”

ପ୍ରୋଜେକ୍ଟ ଇଞ୍ଜିନିୟର ରଞ୍ଜନ ଜେନା କହିଛନ୍ତି,“ ବ୍ରିଜ୍‌ କାମ ପାଇଁ ସବୁ ଜିନିଷ ଆସିଲାଣି। ଶୀଘ୍ର କେମିତି କାମ ହେବ ଆମେ ଚେଷ୍ଟା କରୁଛୁ।



from Odisha Reporter https://ift.tt/2ZE1UtW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages