ଆଜି ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 16, 2019

ଆଜି ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି

ସମ୍ୱଲପୁର (ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଯାଇଥିବା ବନ୍ୟାଜଳ ଆଜି ମୁଣ୍ଡଳି ଅତିକ୍ରମ କରିବ।  ତେବେ ଏହାଦ୍ୱାରା ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ମହାନଦୀର ଉପରମୁଣ୍ଡରେ ବର୍ଷା କମିବା ଫଳରେ କେବଳ ୧୦ଟି ଗେଟ୍‌ ଦେଇ ଏବେ ବନ୍ୟାଜଳ ଛଡ଼ାଯାଉଛି।

ଗତ ଗୁରୁବାର ଦିନ ଜଳଭଣ୍ଡାରର ୨୦ଟି ଗେଟ୍‌ ଖୋଲା ଯାଇଥିଲା। ଡ୍ୟାମ୍‌ରେ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବାବେଳେ ଆଜି ସକାଳେ ଜଳପତ୍ତନ ୬୨୦.୧୯ ଫୁଟ୍ ରହିଛି ।

୨୪ ଘଣ୍ଟା ଭିତରେ ବର୍ଷା ପରିମାଣ ହ୍ରାସ  ପାଇଥିବାରୁ ସବୁ ନଦୀର ଜଳସ୍ତର କମିଛି। ତେବେ ହୀରାକୁଦରୁ ଆସୁଥିବା ପାଣି ମୁଣ୍ଡଳିରେ ପହଞ୍ଚିଲେ ସେଠାରେ ୫ରୁ ସାଢେ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ।



from Odisha Reporter https://ift.tt/30c2yiu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages