ଜେଟଲୀ ଗୁରୁତର, ରାତିରେ ଏମ୍ସ ଯାଇ ଗୃହମନ୍ତ୍ରୀ ବୁଝିଲେ ସ୍ୱାସ୍ଥ୍ୟାବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 16, 2019

ଜେଟଲୀ ଗୁରୁତର, ରାତିରେ ଏମ୍ସ ଯାଇ ଗୃହମନ୍ତ୍ରୀ ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତକାଲି ରାତିରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏମ୍ସ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଥିଲେ। ଏବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିଲେ ମଧ୍ୟ ସ୍ଥିର ରହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ ଅଗଷ୍ଟ ୯ ରୁ ଜେଟଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ୬୬ ବର୍ଷୀୟ ଜେଟଲୀ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ। କିନ୍ତୁ ୧୦ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସିଥିଲା। ଏବେ ତାଙ୍କ ହାର୍ଟ ଠିକରେ କାମ କରିବା ଆରମ୍ଭ କରିଛି ଏବଂ ରକ୍ତ ସଞ୍ଚାଳନ ମଧ୍ୟ ସ୍ୱାଭାବିକ ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି ଓ କାର୍ଡିୟୋଲୋଜି ବିଭାଗର ଏକ ମିଳିତ ଟିମ୍ ନଜର ରଖିଛି।

ଗତକାଲି ସକାଳେ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସ୍ଥିତ ଏମ୍ସ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହା ପୂର୍ବରୁ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ସଡ଼କ ପହିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ଅନେକ ନେତା ଏମ୍ସ ଯାଇ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝୁଛନ୍ତି।

ସ୍ୱାସ୍ଥ୍ୟାବସ୍ଥା ଭଲ ରହୁନଥିବାରୁ ବିଜେପିର ଏହି ବରିଷ୍ଠ ନେତା ଲୋକସଭା ନିର୍ବାଚନ ଲଢ଼ିନଥିଲେ କି ମନ୍ତ୍ରୀ ପଦ ଗ୍ରହଣ କରିନଥିଲେ।



from Odisha Reporter https://ift.tt/2Z406gL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages