ଶୁଣୁ ନାହାନ୍ତି ଅଧିକାରୀ, ରାସ୍ତାକୁ ଓହ୍ଲାଇଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 8, 2019

ଶୁଣୁ ନାହାନ୍ତି ଅଧିକାରୀ, ରାସ୍ତାକୁ ଓହ୍ଲାଇଲେ ଚାଷୀ

ନୂଆପଡ଼ା(ମାୟାଧର ସରାଫ୍): ରାସ୍ତାକୁ ଓହ୍ଲାଇଛନ୍ତି ନୂଆପଡ଼ା ଜିଲ୍ଲା ଖାସବାହାଲ ଓ ବଙ୍କାପୁର ଗାଁର ଚାଷୀ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଗତବର୍ଷର ଫସଲ ବୀମା ଟଙ୍କା ଓ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯାଉ ନାହିଁ।  ଏଥିରେ ଅତିଷ୍ଠ ହୋଇ ଉତ୍ତ୍ୟକ୍ତ ଚାଷୀମାନେ ବଙ୍କାପୁର ଗାଁ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା- ଖଡ଼ିଆଳ ମଧ୍ୟରେ ଯାନବାହାନ ଚଳାଚଳ ଠପ୍‌ ହୋଇଯାଇଛି।

ଏହି ଦୁଇ ଗାଁ ଲୋକେ ଦୀର୍ଘ ଦିନ ହେବ ଜମିକୁ ଜଳସେଚନ ପାଇଁ ଦାବି କରି ଆସୁଥିଲେ । ମାତ୍ର ସମସ୍ୟାର ସମାଧାନ ହୋଇପାରି ନଥିବା ଅଭିଯୋଗ ହୋଇଛି। ଏଥିସହ ସେମାନେ ଗତ ୨୦୧୮ ମସିହାର ଫସଲ ବୀମା ଟଙ୍କା ଏ ଯାଏ ପାଇ ନାହାନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଅଧିକାରୀ ଶୁଣୁ ନ ଥିବାରୁ  ଆଜି ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସେମାନେ ରାସ୍ତା ଅବରୋଧ କରିଛନ୍ତି।



from Odisha Reporter https://ift.tt/2ONCvNu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages