‘ଭାରତୀୟ ହୋଇଥିବାରୁ ମୁଁ ଗର୍ବିତ, କିନ୍ତୁ ଭୁଲ୍ ଲାଗିଲେ ପ୍ରଶ୍ନ କରିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 8, 2019

‘ଭାରତୀୟ ହୋଇଥିବାରୁ ମୁଁ ଗର୍ବିତ, କିନ୍ତୁ ଭୁଲ୍ ଲାଗିଲେ ପ୍ରଶ୍ନ କରିବି’

ମୁମ୍ବାଇ: ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାରେ ଲଗାଯାଇଥିବା କର୍ଫ୍ୟୁକୁ ନେଇ ଚିନ୍ତା ପ୍ରକଟ କରି ‘ରେସ୍‌ ୩’ ଫିଲ୍ମର ଅଭିନେତା ସାକିବ୍‌ ସଲୀମ୍‌ ଏକ ଟ୍ୱିଟ୍ କରିଥିଲେ। ତାଙ୍କର ଏହି ଟ୍ୱିଟ୍‌କୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ଏପରିକି ଟ୍ୱିଟର୍ ୟୁଜରମାନେ ତାଙ୍କୁ ପାକିସ୍ତାନ ପଳାଇବାକୁ ବି କହିଥିଲେ। ହେଲେ ସାକିବ୍‌ ବି ଛାଡ଼ିବାର ଲୋକ ନୁହନ୍ତି। ସେ ଏହାର କଡ଼ା ଜବାବ ଦେଇ କହିଛନ୍ତି,“ଭାରତୀୟ ହୋଇଥିବାରୁ ମୁଁ ଗର୍ବିତ। କିନ୍ତୁ ଯେଉଁ ପ୍ରସଙ୍ଗ ମୋତେ ଭୁଲ୍ ବୋଲି ଲାଗିବ, ମୁଁ ତା’ ଉପରେ ପ୍ରଶ୍ନ କରିବି।”

ଅଗଷ୍ଟ ୬ ତାରିଖରେ ସାକିବ୍ ଏକ ଟ୍ୱିଟ୍ କରି ଲେଖିଥିଲେ,“ମୁଁ ଜାଣିନି, ଯାହା କିଛି ହେଉଛି ଠିକ୍‌ ନା ଭୁଲ୍‌। ମୁଁ ଏବେବି ଏ ନିଷ୍ପତ୍ତି ବିଷୟରେ ବୁଝିବାକୁ ଚେଷ୍ଟା କରୁଛି। ମୁଁ ଜଣେ ଅଧା କାଶ୍ମୀରୀ ଓ ମୋ ପରିବାର ଶ୍ରୀନଗରରେ ରହନ୍ତି। ମୁଁ ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ଗତ ଦୁଇ ଦିନ ହେବ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି। କିନ୍ତୁ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ। ଯଦି ମୁଁ ମୋ ପରିବାର ବିଷୟରେ ଚିନ୍ତା କରିବା ଭୁଲ୍‌, ତେବେ ଆପଣ ମୋତେ ଦେଶଦ୍ରୋହୀ କହିପାରିବେ। ଯେଉଁ ଯବାନମାନେ କଶ୍ମୀରରେ ମୁତୟନ ହୋଇଛନ୍ତି, ମୁଁ ସେମାନଙ୍କ ପାଇଁ ବି ଚିନ୍ତିତ। କାରଣ ସେମାନଙ୍କ ମଧ୍ୟରେ ମୋର ଦୁଇ ଜଣ ସଂପର୍କୀୟ ଭାଇ ବି ଅଛନ୍ତି। ଯେତେ ଯାହା ହେଲେ ବି ଆମେ ସମସ୍ତେ ମଣିଷ। କଶ୍ମୀରୀ ଲୋକଙ୍କ ମତାମତକୁ ବି ଶୁଣାଯିବା ଦରକାର।”

ଏହାପରେ ଟ୍ୱିଟର୍‌ ବ୍ୟବହାରକାରୀମାନେ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏପରିକି କେହି କେହି ତାଙ୍କୁ ପାକିସ୍ତାନ ଚାଲିଯିବାକୁ କହିଥିଲେ। ଏଭଳି ପରାମର୍ଶ ପାଇବା ପରେ ସାକିବ୍‌ ଟ୍ୱିଟ୍‌ କରି ଏହାର ଜବାବ ରଖିଥିଲେ। ସେ ଲେଖିଥିଲେ,“ମୁଁ ଜଣେ ଭାରତୀୟ ଭାବେ ଗର୍ବିତ ଯିଏ ନିଜ ଦେଶକୁ ଭଲ ପାଏ। କିନ୍ତୁ ମୋତେ ଯେତେବେଳେ ଲାଗିବ ଯେ କିଛି ଭୁଲ୍ ହେଉଛି, ସେତେବେଳେ ମୁଁ ପ୍ରଶ୍ନ କରିବି। ଯଦି ଏଥିରେ ଆପଣଙ୍କର କିଛି ଅସୁବିଧା ହେଉଛି, ତାହା ଆପଣଙ୍କ ସମସ୍ୟା। ଆପଣମାନଙ୍କ ମଧ୍ୟରୁ କିଛି ଲୋକ ମୋତେ ପାକିସ୍ତାନ ପଳାଇବାକୁ କହିଛନ୍ତି। ଦୟାକରି ମୋ ବିଷୟରେ ଚିନ୍ତା କରନ୍ତୁ ନାହିଁ। ମୁଁ ଯେଉଁଠି ଅଛି ଭଲରେ ଅଛି।”

ସାକିବ୍‌ଙ୍କର ଏହି ଟ୍ୱିଟ୍‌ ଉପରେ ଜଣେ ଟ୍ୱିଟର ବ୍ୟବହାରକାରୀ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ,“ମୁଁ ବୁଝିପାରୁନି କାଶ୍ମୀର ଲୋକମାନଙ୍କୁ କ’ଣ ପଚରାଯିବ? ସେମାନଙ୍କ ସହ ଏମିତି କ’ଣ ଅନ୍ୟାୟ ହେଇଛି?”

ଏହାର ଉତ୍ତର ଦେଇ ସାକିବ୍‌ କହିଛନ୍ତି,“କିଛି ନାହିଁ ଭାଇ, ସବୁ ଠିକ୍‌ ଅଛି। ଯୋଗାଯୋଗ ହୋଇପାରୁନାହିଁ। ଅନେକ ଲୋକ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇପାରୁନାହାନ୍ତି। ଘାଟିରେ କର୍ଫ୍ୟୁ ଲାଗିଛି। ନେତାମାନଙ୍କୁ ଗୃହ ବନ୍ଦୀ କରି ରଖାଯାଇଛି। କାଶ୍ମୀର ଲୋକଙ୍କ ଭବିଷ୍ୟତ କଠିନ ସ୍ଥିତିରେ ରହିଛି। କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ,  କିଛି ବଡ଼ କଥା ହୋଇନାହିଁ।”

 



from Odisha Reporter https://ift.tt/2YSXoun

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages