ମେକ୍‌ଅପ୍‌ ନେଉଥିବା କର୍ମଜୀବୀ ମହିଳାଙ୍କ ପାଇଁ ୫ଟି ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 14, 2019

ମେକ୍‌ଅପ୍‌ ନେଉଥିବା କର୍ମଜୀବୀ ମହିଳାଙ୍କ ପାଇଁ ୫ଟି ଟିପ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ସମସ୍ତେ- ପୁରୁଷ ହୁଅନ୍ତୁ ବା ମହିଳା, ଅଫିସ୍‌ରେ ସ୍ମାର୍ଟ ଦିଶିବା ପାଇଁ ଚେଷ୍ଟା କରନ୍ତି। ଅନେକ ମହିଳା ଅଫିସ୍ ଯିବା ବେଳେ ମେକ୍‌ଅପ୍‌ ନିଅନ୍ତି। ସେମାନଙ୍କର ଧାରଣା ମେକ୍‌ଅପ୍‌ ନେଲେ ସେମାନେ ସୁନ୍ଦର ଦେଖାଯିବା ସହିତ ଅଧିକ ସ୍ମାର୍ଟ ଦେଖାଯା’ନ୍ତି। ଆଉ ମେକ୍‌ଅପ୍‌ ନେଲେ ସେମାନଙ୍କ ଆତ୍ମବିଶ୍ୱାସ ବି ବଢ଼ିଯାଏ। ତେବେ ବେଳେ ବେଳେ ମେକ୍‌ଅପ୍‌ର ମାପଚୁପରେ ଏପଟ ସେପଟ ହୋଇଗଲେ ତାହା ସେମାନଙ୍କ ସୌନ୍ଦର୍ଯ୍ୟକୁ ବିଗାଡ଼ି ଦେଇଥାଏ। ତେଣୁ ଅଫିସ୍‌ ଗଲା ବେଳେ ସ୍ମାର୍ଟ ଦିଶିବା ପାଇଁ କେମିତି ମେକ୍‌ଅପ୍‌ ନେବାକୁ ହେବ, ତାହା ବି ଜାଣିବା ଜରୁରୀ। ତା’ହେଲେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା।

୧. କିଛି ମହିଳାଙ୍କର ହେଭି ମେକ୍‌ଅପ୍‌ ବା ଅଧିକ ମେକ୍‌ଅପ୍‌ ନେବାର ଅଭ୍ୟାସ ଥାଏ। ତେବେ ସେମାନେ ଜାଣନ୍ତି ନାହିଁ ଯେ, ଅଧିକ ମେକ୍‌ଅପ୍‌ ସେମାନଙ୍କୁ ଅସୁନ୍ଦର କରିଦିଏ। ତେଣୁ ଅଫିସ୍‌କୁ ଯିବା ବେଳେ ହାଲ୍‌କା ଓ ନ୍ୟାଚୁରାଲ୍‌ ମେକ୍‌ଅପ୍‌ ନିଅନ୍ତୁ। ଏହା ଆପଣଙ୍କୁ ସ୍ମାର୍ଟ ଲୁକ୍ ଦେବାରେ ସାହାଯ୍ୟ କରିବ।

୨. ମେକ୍‌ଅପ୍‌ ପାଇଁ ଡାର୍କ ଆଇଲାଇନର୍‌, ଡାର୍କ ଶେଡ୍‌ ଲିପ୍‌ଷ୍ଟିକ୍‌ ଏବଂ ଡାର୍କ ଆଇ ଶ୍ୟାଡୋ ଲଗାନ୍ତୁ ନାହିଁ। ଏହା ପରିବର୍ତ୍ତେ ହାଲ୍‌କା ରଙ୍ଗର ଆଇଲାଇନର୍‌ ଓ ଲିପ୍‌ଷ୍ଟିକ୍‌ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଏକ ସୁନ୍ଦର ଓ ନ୍ୟାଚୁରାଲ୍‌ ଲୁକ୍‌ ମିଳିବ।

୩. ଯଦି ଅଫିସ୍‌ରେ ଅଧିକ ସମୟ ରହିବାକୁ ପଡୁଛି, ତା’ହେଲେ ପର୍ସରେ ଏକ ଛୋଟ ମେକ୍‌ଅପ୍‌ କିଟ୍ ରଖନ୍ତୁ। ମଝିରେ ମଝିରେ ଟଚ୍‌ଅପ୍‌ ଦିଅନ୍ତୁ।

୪. ସେହିପରି ଯଦି ଆପଣଙ୍କ ସ୍କିନ୍‌ ଅଏଲି, ତା’ହେଲେ କିଛି କଟନ୍‌ ଓ ଫେସ୍ ୱାଶ୍‌ (ଆପଣ ଯେଉଁ ବ୍ରାଣ୍ଡ୍‌ ବ୍ୟବହାର କରୁଛନ୍ତି)କୁ ମେକ୍‌ଅପ୍‌ କିଟ୍‌ରେ ରଖିବାକୁ ଭୁଲନ୍ତୁ ନାହିଁ।

୫. ସମସ୍ତଙ୍କଠାରୁ ଭିନ୍ନ ଲାଗିବା ପାଇଁ ହେୟାର୍‌ ଷ୍ଟାଇଲ୍‌ରେ ମଧ୍ୟ ପରିବର୍ତ୍ତନ ଆଣନ୍ତୁ।



from Odisha Reporter https://ift.tt/2N3iK1O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages