ଲଣ୍ଡନ: ନିଜ ବିବାଦିତ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରଶିଦ ଲଣ୍ଡନରେ ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣକାରୀ ମାଡ଼ ମାରିବା ସହିତ ଅଣ୍ଡା ଫିଙ୍ଗି ଫେରାର ହୋଇଯାଇଛି। ଇଏ ହେଉଛନ୍ତି ସେହି ପାକିସ୍ତାନ ମନ୍ତ୍ରୀ ଯିଏ କି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ କରିବ ବୋଲି ଚେତାବନୀ ଦେଇଥିଲେ। ଏହି ଘଟଣା ଅଗଷ୍ଟ ୨୦ ତାରିଖର ବୋଲି ଜଣାପଡ଼ିଛି।
ଲଣ୍ଡନରେ ଏକ ହୋଟେଲରେ ପୁରସ୍କାର ସମାରୋହ ଆୟୋଜିତ ହେଉଥିଲା। ଏଥିପାଇଁ ଅବାମି ମୁସଲିମ ଲିଗର ସଭାପତି ଏବଂ ମନ୍ତ୍ରୀ ରଶିଦ୍ ଯାଉଥିଲେ। ଏହି ସମୟରେ କିଚି ଲୋକ ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ମାଡ଼ ମାରିଥିଲେ। ଭିଡ଼ ଭିତରେ ଜଣେ ଲୋକ ଆସି ତାଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିଲା। ଏହାପରେ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ।
Eggs thrown at railways minister Sheikh Rasheed in London. pic.twitter.com/0iRQXumslA
— Naila Inayat नायला इनायत (@nailainayat) August 20, 2019
ପାକିସ୍ତାନର ରାଜନୀତିକ ଦଳ ପାକିସ୍ତାନ ପିପୁଲସ ପାର୍ଟିର ୟୁରୋପ ସଂଘର ପିପୁଲସ ୟୁଥ୍ ଅର୍ଗାନାଇଜେସନ ଅଧ୍ୟକ୍ଷ ଅସିଫ୍ ଅଲ୍ଲୀ ଖାନ୍ ଏବଂ ଗ୍ରେଟର ଲଣ୍ଡନରେ ଥିବା ଦଳର ମହିଳା ଶାଖାର ଅଧ୍ୟକ୍ଷ ସମାହ ନାଜ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି।
ସେମାନେ ମିଳିତ ବିବୃତି ରଖି କହିଛନ୍ତି ରଶିଦ ପିପୁଲସ ପାର୍ଟିର ପ୍ରମୁଖ ବିଲାବୁଲ ଭୁଟ୍ଟୋଙ୍କ ବିରୋଧରେ ଅପଶବ୍ଦ କହିଥିଲେ। ଯାହାକୁ ବିରୋଧ କରି ସେମାନେ ତାଙ୍କ ଉପରକୁ ଅଣ୍ଡା ମାଡ଼ କରିଛନ୍ତି।
from Odisha Reporter https://ift.tt/2zs9exn
No comments:
Post a Comment