ସିଟି ହସ୍‌ପିଟାଲ ଦାବିରେ ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 2, 2019

ସିଟି ହସ୍‌ପିଟାଲ ଦାବିରେ ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ସହର ସ୍ଥିତ ମଙ୍ଗଳବଜାରରେ ଥିବା ପୁରୁଣା ଡାକ୍ତରଖାନାକୁ ସିଟି ହସ୍‌ପିଟାଲର ମାନ୍ୟତା ସହ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା  ଯୋଗାଇବା ନିମନ୍ତେ  ଦାବି  ହୋଇ ଆସୁଛି। ହେଲେ ଏ ଦିଗରେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ  ଆଜି ୧୨ ଘଣ୍ଟିଆ ଝାରସୁଗୁଡ଼ା  ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ଘାସି ସମାଜ ଓ ଅନ୍ୟାନ୍ୟ ସଙ୍ଗଠନ ମିଶି ଏହି ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ଯୋଗୁ ଦୋକାନ ବଜାର,  ସ୍କୁଲ, କଲେଜ ଓ ବସ୍‌ ଚଳାଚଳ ବନ୍ଦ ରହିଛି।

ଝାରସୁଗୁଡ଼ାକୁ ଜିଲ୍ଲା ଗଠନ ହେବା  ଦିନଠାରୁ ମଙ୍ଗଳବଜାରରେ ଥିବା ଡାକ୍ତରଖାନାକୁ  ଜିଲ୍ଲା ଡାକ୍ତରଖାନାର ମାନ୍ୟତା ଦିଆଯାଇଥିଲା। ହେଲେ ଗତ ଦୁଇ ମାସ ହେବ ମଙ୍ଗଳବଜାରଠାରୁ ୭ କିମି ଦୂରରେ ଏକ ୬ ମହଲା ବିଶିଷ୍ଟ ନୂତନ କୋଠାକୁ  ଜିଲ୍ଲା ଡାକ୍ତରଖାନା ସ୍ଥାନାନ୍ତର ହୋଇଛି।  ତେବେ ମଙ୍ଗଳବଜାରରେ ଥିବା ଏହି ଡାକ୍ତରଖାନାର କୋଠା ଖାଲି ରହିଥିବାରୁ ଏହାକୁ ସିଟି ହସପିଟାଲ କରିବାକୁ ଦାବି ହୋଇଛି।



from Odisha Reporter https://ift.tt/2YosD0X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages