ରାଜଧାନୀରେ ଡବଲ ଏନକାଉଣ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 2, 2019

ରାଜଧାନୀରେ ଡବଲ ଏନକାଉଣ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଭଇଁଚୁଆ ରୋଡ୍‌ରେ ପୁଲିସ୍‌ ଏନକାଉଣ୍ଟରରେ ଦୁଇଜଣ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ପୋଡ଼ା ଓରଫ ଅରୁଣ କୁମାର ମଲ୍ଲିକ ଓ ବିବେକାନନ୍ଦ ନାୟକ। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଜଣଙ୍କର ବାମ ଗୋଡ଼ରେ ଗୁଳି ବାଜି ଥିବା ବେଳେ ଅନ୍ୟ ଜଣଙ୍କର ଡାହାଣ ଗୋଡରେ ଗୁଳି ବାଜିଛି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ  ଗୋଟିଏ ଅଫୁଟା ଗୁଳି ଜବତ କରାଯାଇଛି।

ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଦୁଇ ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ଲୁଟ ଓ ଡକାୟତିରେ ସଂପୃକ୍ତି ଥିବା ଅଭିଯୋଗ ରହିଛି।

ଆଜି ଭୋରୁ ବାଲିଅନ୍ତାର ଭଇଁଚୁଆ ରୋଡ୍‌ରେ ଏହି ଦୁଇ ଅପରାଧୀ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୁଲିସ୍ ଖବର ପାଇଥିଲା।

ପୁଲିସ ଚଢ଼ାଉ କରିବା ଲାଗି ଯାଇଥିବା ବେଳେ ସେମାନେ ପୁଲିସ୍‌ ଉପରକୁ  ଗୁଳିଚାଳନା କରିଥିଲେ। ପୁଲିସର ପାଲଟା ଗୁଳିମାଡ଼ରେ ସେମାନେ ଆହତ ହୋଇଥିଲା।



from Odisha Reporter https://ift.tt/2Yoy7J6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages