ଭାରତରେ ଲଞ୍ଚ୍‌ ହେଲା ୪ କ୍ୟାମେରା ବିଶିଷ୍ଟ Oppo Reno2 - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ଭାରତରେ ଲଞ୍ଚ୍‌ ହେଲା ୪ କ୍ୟାମେରା ବିଶିଷ୍ଟ Oppo Reno2

ନୂଆଦିଲ୍ଲୀ: ଭାରତରେ ଲଞ୍ଚ୍ ହୋଇଛି  Oppo Reno ସିରିଜ୍‌ର ତିନୋଟି ନୂଆ ସ୍ମାର୍ଟଫୋନ୍‌। କମ୍ପାନୀ ବୁଧବାର Reno2, Reno2Z ଓ Reno2F ସ୍ମାର୍ଟଫୋନ୍‌କୁ ଏଠାରେ ଲଞ୍ଚ୍ କରିଛି।  ଏହିଫୋନ୍‌ ଗୁଡ଼ିକର ବିଶେଷତ୍ତ୍ୱ ହେଉଛି,  ଏଗୁଡ଼ିକର ପଛରେ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି।

Reno2ର ମୂଲ୍ୟ ୩୬ ହଜାର ୯୯୦ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ Reno 2Zର ମୂଲ୍ୟ ୨୯ ହଜାର ୯୯୦ ଟଙ୍କା ରହିଛି। Reno2Zର ବିକ୍ରି ସେପ୍ଟେମ୍ବର ୬ରୁ ଆରମ୍ଭ ହେବାକୁ ଥିବା ବେଳେ  Reno2ର ବିକ୍ରି ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ। Reno 2F ଏବେ ବିକ୍ରି ପାଇଁ ଉପଲବ୍ଧ ହେବ ନାହିଁ। ନଭେମ୍ବର ମାସରୁ ଏହାର ବିକ୍ରି ଆରମ୍ଭ ହେବ। ତେବେ ଏହାର ଦାମ୍ ଘୋଷଣା କରାଯାଇ ନାହିଁ।

Reno2ରେ ଥିବା ସୁବିଧା

ଏଥିରେ ୨୦:୯ର ଏସ୍‌ପେକ୍ଟ ରେସିଓ ସହ ୬.୫୫ ଇଞ୍ଚ୍‌ର ଡାଇନାମିକ୍‌ AMOLED ସ୍କ୍ରିନ୍‌ ରହିଛି। ଏହି ଫୋନ୍‌ରେ କ୍ୱାଲ୍‌କମ୍‌ ସ୍ନାପଡ୍ରାଗନ୍‌ ୭୩୦ଜି ପ୍ରୋସେସର୍‌ ସହ ୯.୦ ପାଇ ବେସ୍‌ଡ ColorOS 6.1ର ଅପେରେଟିଂ ସିଷ୍ଟମ୍‌ ଦିଆଯାଇଛି। Oppo Reno2କୁ  ୮ଜିବି ରାମ୍‌ ଓ ୨୫୬ ଷ୍ଟୋରେଜ୍‌ ସହ ଲଞ୍ଚ୍ କରାଯାଇଛି। ଏହି ଫୋନ୍‌ଟି ଓଶିୟନ ବ୍ଲୁ ଓ ସ୍ୟୁମିନସ୍‌ ବ୍ଲାକ୍‌ କଲର୍‌ରେ ମିଳିବ।

ଏହାର ପଛ ପାର୍ଶ୍ୱରେ 48MP (IMX586+OIS+EIS) + 13MP (ଟେଲିଫଟୋ) + 8MP (ୱାଇଡ୍ ଆଙ୍ଗେଲ) +2MP(ମାଇକ୍ରୋ ଲେନ୍ସ)ର ୪ଟି କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିରେ ଆପଣଙ୍କୁ 5X ହାଇବ୍ରିଡ୍‌ ଜୁମ୍, (20X ଡିଜିଟାଲ୍ ଜୁମ୍), ଅଲ୍ଟ୍ରା ଡାର୍କ ମୋଡ୍‌ ଓ ଅଲ୍ଟ୍ରା ସ୍ଟିଡି ଭିଡିଓର ସପୋର୍ଟ ମିଳିବ। ସେହିପରି ସେଲ୍‌ଫି ପାଇଁ ଏଥିରେ ୧୬ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ଦିଆଯାଇଛି। ଏହି ଫୋନ୍‌ରେ କମ୍ପାନୀ VOOC 3.0ର ଫ୍ଲାସ୍‌ ଚାର୍ଜ ସହ 4000mAhର ବ୍ୟାଟେରୀ ଦେଇଛି।

ଅନ୍ୟ ଦୁଇ ଫୋନ୍‌ରେ ଥିବା ସୁବିଧା

କମ୍ପାନୀ Oppo Reno2 ସହ କମ୍ପାନୀ Reno2Z ଓ Reno2F ମଧ୍ୟ ଲଞ୍ଚ୍ କରିଛି, ଯେଉଁଥିରେ ଯଥାକ୍ରମେ MediaTek Helio P90 ଓ MediaTek Helio P70 ପ୍ରୋସେସର୍ ଦିଆଯାଇଛି, ଯାହା ୯.୦ ପାଇ ବେସ୍‌ଡ ColorOS 6.1ର ଅପେରେଟିଂ ସିଷ୍ଟମ୍‌ରେ ଚାଲେ। ଫଟୋ ଉଠାଇବା ପାଇଁ ଏ ଦୁଇ ଫୋନ୍‌ର ପଛରେ କ୍ୱାଡ୍ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହି ଦୁଇଟିଯାକ ଫୋନ୍‌ରେ 4000mAhର ବ୍ୟାଟେରୀ ଦିଆଯାଇଛି।



from Odisha Reporter https://ift.tt/32dEHPQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages